Odisha Link
Bridging the Missing Links in Odisha

କାର୍ ସ୍କର୍ପିଓ ଧକ୍କା, ୫ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଆଜି ସକାଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡର ଡେଇଁ ରାସ୍ତା ଅପରପାର୍ଶ୍ୱରେ ଯାଉଥିବା ସ୍କର୍ପିଓକୁ ଧକ୍କା ଦେଲା କାର୍। ସେ ସମୟରେ ରାସ୍ତା କାମ କରୁଥିବା ୫ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହୁରି ୨ ମହିଳା ଶ୍ରମିକ ଗୁରୁତର ଅଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ କାର୍‌ ଓ ସ୍କର୍ପିଓରେ ଥିବା ୬ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଗୁରୁତର ଓ ଆହତମାନଙ୍କୁ ପ୍ରଥମେ ରାଜଗାଙ୍ଗପୁର ଏବଂ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ରାଉରକେଲା ପଟୁ ସୁନ୍ଦରଗଡ଼ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍‌ ଯାଉଥିଲା। ଏହି ସମୟରେ ଅପର ପାର୍ଶ୍ୱରୁ ଏକ ସ୍କର୍ପିଓ ରାଉରକେଲା ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ମଝିରେ ଡିଭାଇଡର ଥିବା ସତ୍ତ୍ୱେ ରମା ବହଲ ଛକ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।

Comments are closed.