ରାସ୍ତା ତିଆରିକୁ ବିରୋଧ କରି ମେସିନ୍ ପୋଡ଼ିଲେ ମାଓବାଦୀ
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ଗୁମା ଗାଁ ନିକଟରେ ଲଙ୍କାକାଣ୍ଡ ରଚିଛନ୍ତି ମାଓବାଦୀଙ୍କ। ରାସ୍ତା ତିଆରିକୁ ବିରୋଧ କରି ୪ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ମାଓବାଦୀ। ସୂଚନା ମୁତାବକ, ନାରୀଙ୍ଗତୋଲା ଗାଁ ଠାରୁ ଗୁମ୍ମାକୁ ରାସ୍ତା ନିର୍ମାଣ ହେଉଥିଲା। ରାତି ପ୍ରାୟ ୧୨ ବେଳେ ୬୦ ରୁ ଉର୍ଦ୍ଧ ମାଓବାଦୀ ଆସି ପ୍ରଥମେ ୨ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରି ମୋବାଇଲ ଛଡ଼ାଇ ନେଲା ପରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଦେଇଥିଲେ। ଏଥିରେ ଦୁଇଟି ଜେସିବି, ଗୋଟିଏ ରାଲର ଓ ଗୋଟିଏ ମିକଚେର ମେସିନ ପୋଡିଯାଇଛି।
ଘଟଣାସ୍ଥଳରେ ମାଓବାଦୀ ତିନିଟି ପୋଷ୍ଟର ଲଗାଇଛନ୍ତି। ନିୟମଗିରିକୁ ରାସ୍ତା ନିର୍ମାଣକୁ ବେଦାନ୍ତ କମ୍ପାନୀ ଖଣି ଉତଳନ କରିବା ନିମନ୍ତେ ଚେଷ୍ଟା କରୁଛନ୍ତି ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଡଙ୍ଗରିଆ କନ୍ଧମାନଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ୧୦ କୋଟି ଟଙ୍କା ଅଟକଳରେ ନିର୍ମାଣ ଚାଲିଥିବା ବେଳେ ଏହାପୂର୍ବରୁ ଦୁଇଥର ନିୟମଗିରି ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀ ଗାଡ଼ି ପୋଡିଦେଇଥିଲେ।
Comments are closed.