ଜାନୁଆରୀ ୩୦ରେ ସିଏଏ ବିରୁଦ୍ଧରେ ବିଶାଳ ସମାବେଶ, କଂଗ୍ରେସର ସମର୍ଥନ
ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ଭୁବନେଶ୍ବରର ମହାତ୍ମା ଗାନ୍ଧୀ ମାର୍ଗରେ ହେବ ଏକ ବିଶାଳ ସମାବେଶ। ଏହି ସମାବେଶ ନାଗରିକତା ସଂଶୋଧନ ଆଇନ, ଏନଆରସି ଓ ଏନପିଆର ପ୍ରତ୍ୟାହାର ଦାବିରେ କରାଯାଉଥିବା ସୂଚନା ରହିଛି। ଅନ୍ୟପଟେ ଏହି ସମାବେଶକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସମର୍ଥନ କରିଛି।
‘ଆମେ ଭାରତବାସୀ’ ପକ୍ଷରୁ ଆୟୋଜିତ ଏହି ସମାବେଶରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତାମାନଙ୍କୁ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ, ‘ଆମେ ଭାରତବାସୀ’ ନାମକ ସଂଗଠନ ପକ୍ଷରୁ ସିଏଏକୁ ସମ୍ବିଧାନ ବିରୋଧୀ ବୋଲି ଆକ୍ଷେପ କରାଯାଇ ସିଏଏ ସମେତ ଏନପିଆର ଓ ଏନଆରସି ବିରୁଦ୍ଧରେ ଭୁବନେଶ୍ୱରରେ ‘ସମ୍ବିଧାନ ବଞ୍ଚାଅ-ଧର୍ମନିରପେକ୍ଷ ବଞ୍ଚାଅ-ଦେଶ ବଞ୍ଚାଅ’ ଅଭିଯାନର ଆୟୋଜନ ହୋଇଛି। ଯାହାକୁ ଆଜି କଂଗ୍ରେସ ସମର୍ଥନ ଦେଇଛି।
Comments are closed.