ପୁଞ୍ଜିଲାଲକୁ ମିଳିଲା ଜାମିନ, କଡ଼ା ସର୍ତ୍ତ ରଖିଲେ କୋର୍ଟ
ଭୁବନେଶ୍ବର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲକୁ ମେହରକୁ ମିଳିଲା ସର୍ତ୍ତମୂଳକ ଜାମିନ୍। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ। ୨୪ରୁ ୨୬ ଯାଏଁ, ୪ ଦିନ ପାଇଁ ଜାମିନ୍ ମଞ୍ଜୁର କଲେ ହାଇକୋର୍ଟ।
ଗତ କିଛି ଦିନ ପୂର୍ବରୁ ପୋଲିସ ଓ ଗଣମାଧ୍ୟରେ ବର୍ଷିଥିବା ପୁଞ୍ଜିଲାଲକୁ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଜାମିନ୍ ମିଳିଛି। ୨୪ ତାରିଖରେ ଯାଇ ୨୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ୨୮ ତାରିଖ ୧୧ଟା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ଅଭିଯୁକ୍ତ ପୁଞ୍ଜିଲାଲକୁ ଜାମିନ୍ ପ୍ରଦାନ କରିବା ସହ ଅନେକ କଡ଼ା ସର୍ତ୍ତ ରଖିଛନ୍ତି କୋର୍ଟ। ଜାମିନ୍ ଅବଧି ଭିତରେ ଗଣମାଧ୍ୟମକୁ ନଭେଟିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ଏହି ଚାରି ଦିନ ଭିତରେ ବାହରକୁ ଗଲେ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପୁଞ୍ଜିଲାଲ ଉପରେ କଡ଼ା ନଜର ରଖିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ହୋଇଛି।
Comments are closed.