ସ୍ୱାଧିକାର କମିଟିର ପ୍ରଥମ ବୈଠକ
ଭୁବନେଶ୍ବର: ଆଜି ବିଧାନସଭା ସ୍ୱାଧିକାର କମିଟିଙ୍କ ପ୍ରଥମ ବୈଠକ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ କମିଟିଙ୍କ ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା।
ଏହି ବୈଠକରେ ଏହାର ସଭ୍ୟା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କମିଟିର ସଭ୍ୟ ଓ ବିଧାନସଭାର ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭାର ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed.