୨୦୧୯ ରାଜ୍ୟପାଳ ପଦକ ପାଇବେ ୧୪ ପୋଲିସ ଅଧିକାରୀ
![](https://www.odishalink.com/wp-content/uploads/2020/01/dee-1.jpg)
ଭୁବନେଶ୍ବର: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୪ ପୋଲିସ ଅଧିକାରୀଙ୍କୁ ମିଳିବ ରାଜ୍ୟପାଳ ପଦକ। ୨୦୧୯ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ। ଗଣତନ୍ତ୍ର ଦିବସ ଅବସରରେ ମନୋନୀତ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ପୋଲିସ ଅଧିକାରୀମାନେ ହେଲେ ଅତିରିକ୍ତ ଡିଜି ବିନୟତୋଷ ମିଶ୍ର, ପୋଲିସ ଆଇଜି ରେଖା ଲୋହାନି, ପୁରୀ ଏସ୍ପି ଉମାଶଙ୍କର ଦାଶ, କଟକ ଡିସିପି ଅଖିଳେଶ୍ଵର ସିଂହ, ଭିଜିଲାନ୍ସ ଡିଏସ୍ପି ସରୋଜ କୁମାର ସାମଲ, ଭୁବନେଶ୍ୱର ଏସ୍ଆଇଡବ୍ଲ୍ୟୁ ଇନ୍ସପେକ୍ଟର ହରିବନ୍ଧୁ ଭାତ୍ରା, ଭିଜିଲାନ୍ସ ଇନ୍ସପେକ୍ଟର ପ୍ରଣିତା କୁମାରୀ ରାୟ, ଭୁବନେଶ୍ଵର ସ୍ପେଶାଲ ବ୍ରାଞ୍ଚ ଏସ୍ଆଇ ସୁବାଶ ଚନ୍ଦ୍ର ନାଏକ, ଭୁବନେଶ୍ୱର ବିପିଏସ୍ପିଏର ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପା, ବାରିପଦା ଓଏସ୍ଏପି ପଞ୍ଚମ ବାଟାଲିୟନ୍ର ହାବିଲଦାର ମେଜର ବୁଦ୍ଧ ସିଂହ ଗୁରୁଙ୍ଗ, ରାଉରକେଲା କ୍ରାଇମ୍ ହାବିଲଦାର ସରୋଜ କୁମାର ଭୋଇ ଆଦି ଅଧିକାରୀଙ୍କୁ ସମ୍ମାନିତ କରାଯିବ।
Comments are closed.