ଚିକିତ୍ସା ପାଇଁ ଆସୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ରୋଗୀଙ୍କ ଜୀବନ
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୁଡ଼ୁମା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଚିକିତ୍ସା ପାଇଁ କଟକ ଆସିବା ବେଳେ ଏକ ବୋଲେରୋ ଗଛକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଡ଼ି ଚାଳକଙ୍କ ସହ ପରିବାରର ଅନ୍ୟ ଜଣେ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମୟୁରଭଞ୍ଜ ଝରାଡ଼ିରୁ ଜଣେ ଅସୁସ୍ଥକୁ ତାଙ୍କ ଭଉଣୀ ଓ ପୁତୁରା ମେଡ଼ିକାଲ ଆଣୁଥିଲେ। ମାତ୍ର ଭାରସାସ୍ୟ ହରାଇ ବୋଲେରୋଟି ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭଉଣୀ ଓ ପୁତୁରା ଗୁରୁତର ହୋଇଥିଲେ।
Comments are closed.