ଧାନ ଟ୍ରକକୁ ୫୮ ହଜାର ଫାଇନ
ଭଦ୍ରକ: ଏକ ଧାନ ବୋଝେଇ ଟ୍ରକ ଉପରେ ପରିବହନ ବିଭାଗ ପକ୍ଷରୁ ଜୋରିମାନା କରାଯାଇଛି। ହଜାରେ କି ଦୁଇ ହଜାର ନୁହେଁ। ମୋଟ ୫୮ ହଜାର ୪୦ ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ।
ସୂଚନା ଅନୁସାରେ, ଉକ୍ତ ଟ୍ରକଟି ଧାନ ବୋଝେଇ କରି ସମ୍ବଲପୁର ଯାଉଥିଲା। ତେବେ ଉକ୍ତ ଟ୍ରକର ପରମିଟ ନଥିଲା। ଖାଲି ସେତିକି ନୁହେଁ ପଲୁ୍ୟସନ ସାର୍ଟିଫିକେଟ ମଧ୍ୟ ନଥିଲା। ସବୁଠୁ ବଡ଼ କଥା ହେଲା ଟ୍ରକ ଚାଳକର ଟିଏଲ ମଧ୍ୟ ନଥିଲା। ଏହାଛଡ଼ା ଟ୍ରକଟି ଓଭର ଲୋଡିଂ ନେଇ ଯାଉଥିଲା। ଏସବୁକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ମୋଟ ୫୮ ହଜାର ୪୦ ଟଙ୍କାର ଜୋରିମାନା ଚାଲାଣ କଟାଯାଇଛି। ତେବେ ଜୋରିମାନା ତକ୍ରାଳ ଦେଇନପାରିବାରୁ ଉକ୍ତ ଟ୍ରକକୁ ତିହିଡ଼ି ଥାନାରେ ଜିମା ଦିଆଯାଇଛି।
Comments are closed.