ଠିକାଦାର ମାନଙ୍କ ବକେୟା ଟଙ୍କା ପ୍ରଦାନ କରାଯାଉ: ଲିପକ ଚୌଧୁରୀ
ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତୀ ତଳେ ସଜେଇପିଏଲର ଠିକାଦାର ଲିପକ ଚୌଧୁରୀଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ଠିକାଦାର ଧାରଣା ପ୍ରଦର୍ଶନ କରିଥିଲେ। ଦେଢ଼ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏସଜିଇପିଏଲ ଆଜିକାଲି କହି ବକେୟା ଟଙ୍କା ଦେଉନାହିଁ। ବରମୁଣ୍ଡାରୁ ନଖରା ଡ୍ରେନ କାମବି ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଏସଜେଇପିଏଲ ରାସ୍ତା କାମ ସାରି ନଥିବାବେଳେ ବେଆଇନ ଭାବେ ଟାଙ୍ଗି ଟୋଲ ପ୍ଲାଜାରୁ ପ୍ରତିଦିନ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି ଠିକାଦାର ସଂଘର ସଭାପତି ଲିପକ ଚୌଧୁରୀ।
ବିଭିନ୍ନ ସମୟରେ ଠିକାଦାର ମାନେ ପ୍ରତିବାଦ କରିଥିଲେ ମଧ୍ୟ ସିମ୍ପଲେକ୍ସର ମାଲିକ ରାଜିବ ମୁଦ୍ରା ଓ ଏସଜେଇପିଏଲର ନିର୍ଦ୍ଦେଶକ ବଜରଙ୍ଗୀ ଚୌଧୁରୀ କର୍ଣ୍ଣପାତ କରୁନାହାନ୍ତି। ଏନଏଚଏଆଇ ସବୁଦେଖି ଶୁଣିବି ଅନ୍ଧ ହୋଇଯାଇଛି। ଯବି ଠିକାଦାର ମାନଙ୍କ ବକେୟା ଟଙ୍କା ନଦେବେ ତାହାଲେ ଡ୍ରେନ ଠିକାଦାର ସଂଘର ସଭାପତି ଲିପକ ଚୌଧୁରୀ ଟୋଲ ଗେଟ ପାଖରେ ଆତ୍ମହୂତୀ ଦେବେ ବୋଲି କହିଛନ୍ତି।
Comments are closed.