ଐତିହ୍ୟ ପାଇଁ ପୁରୀରେ ମିନି ମାରାଥନ

ପୁରୀ: ଗୋଟିଏ ସ୍ଥାନରେ ଐତିହ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାର ବାର୍ତ୍ତା। ଏପରି ଏକ ନିଆରା ପ୍ରୟାସ କରାଯାଇଛି ପୁରୀରେ। ସକାଳର କୁହୁଡିଆ ପରିବେଶରେ ଆୟୋଜନ ହୋଇଛି ମିନି ମାରାଥନ। ଉଦେଶ୍ୟ ଥିଲା ବିପର୍ଯ୍ୟୟରୁ ଐତିହ୍ୟକୁ ରକ୍ଷା କରିବା ନିଜେ ସୁରକ୍ଷିତ ରହିବା। ଏନଡିଆରଏଫ୍ ପକ୍ଷରୁ ଏହି ମିନି ମାରାଥନର ଆୟୋଜନ କରାଯାଇଛି। ପ୍ରାଚୀନ ଐତିହ୍ୟ ଗୁଡିକର ଆବଶ୍ୟକ ସୁରକ୍ଷା କରାନଗଲେ ସମୟକ୍ରମେ ଏଗୁଡିକ ଇତିହାସ ପାଲଟିଯିବ। ଆଗାମୀ ପିଢି ଏହାକୁ ଦେଖିବାକୁ ଜାଣିବାକୁ ବଂଚିତ ରହିବେ। ଏହାର ସୁରକ୍ଷା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପୁରୀରେ ଆୟୋଜନ ହୋଇଛି ବିଶାଳ ମିନି ମାରାଥନ।
ଏହି ମାରାଥନରେ ପ୍ରାୟ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ବିଭିନ୍ନ ଅନୁଷ୍ଠାନର କର୍ମକର୍ତା , ବିଦେଶୀ ପର୍ଯ୍ୟଟକ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୮ କିମି ଦୂରତା ଅତିକ୍ରମ କରାଯାଇଥିଲା ମିନି ମାରାଥନରେ। ପୁରୀର ସ୍ପୋର୍ଟସ ଷ୍ଟାଡିୟମରୁ ଏହି ମିନି ମାରାଥନ ବାହାରି ଚକ୍ରତୀର୍ଥ ରୋଡ, ଭିଆଇପି ରୋଡ, ବଳିଆପଣ୍ଡା ଦେଇ ଲାଇଟ୍ ହାଉସ ନିକଟରେ ଶେଷ ହେବ। ରାଜ୍ୟ କ୍ରୀଡା ମନ୍ତ୍ରୀ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ। ସଂବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହି ମିନି ମାରାଥନରେ ଯୋଗ ଦେଇଥିଲେ ।
Comments are closed.