ପଶ୍ଚିମ ୟୁପି ଛାତ୍ରଙ୍କୁ ୧୦% ଆରକ୍ଷଣ ଦେଇଦିଅ, ଜେଏନୟୁ-ଜାମିଆର ସ୍ଥିିତି ସୁଧାରିଦେବେ: କେନ୍ଦ୍ର ମନ୍ତ୍ରୀ
ମୀରଟ: ପୁଣିଥରେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ। ପୂର୍ବରୁ ବହୁଥର ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ଏବେ ଜେଏନୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖୋଲା ଧମକ ଦେଉଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।
ସେ କହିଛନ୍ତି ଯେ, ଜେଏନୟୁ ଓ ଜାମିଆ ଛାତ୍ରଛାତ୍ରୀଙ୍କୁ ସାବାଡ କରିବା ପାଇଁ ମୋ ପାଖରେ ଠିକ ଅସ୍ତ୍ର ରହିଛି। ମୁଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅନୁରୋଧ କରୁଛି କି ସେ ମୋ କଥାକୁ ଗୁରୁତ୍ୱ ଦିଅନ୍ତୁ। ଜେଏନୟୁ ଓ ଜାମିଆରେ ଯେଉଁମାନେ ଦେଶ ବିରୋଧରେ ନାରା ଦେଉଛନ୍ତି ସେମାନଙ୍କୁ ସାବାଡ କରିବା ପାଇଁ ମୋ ପାଖରେ ଫର୍ମୁଲା ରହିଛି। ଏହି ଦୁଇ ବିଶ୍ୱବିଦ୍ୟାଳୟରେ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶ ଲୋକଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ କରିଦିଆଯାଉ। ଏହାପରେ ସେମାନେ ଆସି ସମସ୍ତଙ୍କୁ ସାବାଡ କରିଦେବେ। ଆଉ କାହାକୁ କିଛି କରିବାକୁ ପଡ଼ିବ ନାହିଁ।”
Comments are closed.