ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ବିୟାଗରେ ବିଜେପିର ଗଭୀର ଶୋକ
ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ନାୟକ ଜଣେ ଦକ୍ଷ ରାଜନୈତିକ ଭାବେ ବେଶ ଜଣାଶୁଣା ଥିଲେ । ସେ ପାଟଣା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଭାବେ ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ନିର୍ବାଚିତ ହେଇଥିଲେ । ତାଙ୍କ ବିୟୋଗରେ କେନ୍ଦୁଝର ଜିଲ୍ଲାରେ ଶୋକର ଛାଇ ଖେଳିଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
Comments are closed.