ଆଜିଠାରୁ ଆରମ୍ଭ ହେବ ପର୍ଯ୍ୟଟନ ମହାସମ୍ମିଳନୀ

କୋଣାର୍କ: ଚନ୍ଦ୍ରଭାଗା ଇକୋ-ରିଟ୍ରିଟରେ ଆଜିଠୁ ଆରମ୍ଭ ହେବ ପର୍ଯ୍ୟଟନ ମହାସମ୍ମିଳନୀ। ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ। ସମ୍ମିଳନୀରେ ଦେଶ ତଥା ଓଡ଼ିଶାର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଆଲୋଚନା ହେବା ସହ ଓଡ଼ିଶାର ପର୍ଯ୍ୟଟନ କୁ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରାଯିବ। ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସରକାର।
ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହିତ ପ୍ରଚାର ପ୍ରସାରକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ରାଜ୍ୟକୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳଚଳ ନେଇ ଗତକାଲି ବିଭିନ୍ନ ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସିଙ୍ଗାପୁର, ବ୍ୟାଙ୍କକ, ଆବୁଧାବି କିମ୍ବା ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି। ଜୟପୁର, ରାଉରକେଲା ଓ ଉତ୍ କେଲା ୩ ବିମାନବନ୍ଦରକୁ ବିମାନ ଚଳାଚଳ ନେଇ ଆଲୋଚନା ହୋଇଛି।ପ୍ରାୟ ୨୫ଟି ଏୟାରଳାଇନ୍ସର ମୁଖ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ, ଯୁଗ୍ମ ସଚିବ ଉଷା ପାଢୀ, ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସଚିବ ପ୍ରମୋଦ ମେହେର୍ଦ୍ଦା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।ତେବେ ପର୍ଯ୍ୟଟନ ମହାସମ୍ମିଳନୀରେ ଦେଶର ସବୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟର ପର୍ଯ୍ୟଟନର ଚିତ୍ର ଦେଖାଇବେ ରାଜ୍ୟ ସରକାର। ନୂଆ ପର୍ଯ୍ୟଟନ ନୀତି ସାଙ୍ଗକୁ ଓଡ଼ିଶାକୁ ଟୁରିଷ୍ଟ ହବ୍ କରିବାକୁ କିଭଳି ଯୋଜନା କରିଛନ୍ତି ସରକାର ସେନେଇ ମଧ୍ୟ ସମସ୍ତଙ୍କୁ ଅବଗତ କରାଯିବ।
Comments are closed.