ଗିରଫ ହେଲେ ପୂର୍ବତନ ବିଜେଡି ବିଧାୟକ ଅନାମ
![](https://www.odishalink.com/wp-content/uploads/2020/01/Anam-Nayak.jpg)
ଭବାନୀପାଟଣା: ଗିରଫ ହେଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନାମ ନାଏକ। ଦୁର୍ନୀତି ମାମଲାରେ ଆଜି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଅନାମଙ୍କୁ ଗିରଫ ନେଇ ଜୟପୁର ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। ନିକଟରେ ଅନାମଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ଭବାନୀପାଟଣାରେ ଥିବା ତାଙ୍କ ଘର, ମଦନପୁର ରାମପୁରରେ ଥିବା ତାଙ୍କ ହୋଟେଲ ସହ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା।
ଅନାମଙ୍କ ନାରେ ନକଟିଗୁଡ଼ାରେ ଘର ସହ, ମଦନପୁର ରାମପୁରରେ ଏକ ହୋଟେଲ, ଭବାନୀପାଟଣା ନକଟିଗୁଡ଼ାରେ ତିନି ମହଲା କୋଠା ସହ ସ୍ତ୍ରୀ ନାରେ ବିଦେଶୀ ମଦ ଦୋକାନ, ଭବାନୀପାଟଣାରେ ନୂତନ ଭାବରେ କୋଠା, ଜମି ଥିବା ଜଣା ପଡିଛି। ୨୦୧୪ରେ ବିଜେଡି ଟିକେଟରେ ଭବାନୀପାଟଣାରୁ ବିଧାୟକ ହୋଇଥିଲେ ଅନାମ ନାଏକ । ଅନାମ ନାଏକ ପୂର୍ବରୁ ଜିଲ୍ଲାପାଳ ଅଫିସରେ କିରାଣୀ ରହିଥିଲେ।
Comments are closed.