କାରୋନା ଭାଇରସ କଣ ଜାଣନ୍ତୁ…
![](https://www.odishalink.com/wp-content/uploads/2020/01/virus.jpg)
ବେଜିଂ: ଚୀନ, ଆମେରିକା, ଏସିଆରେ ଏବେ ଆତଙ୍କ ସୃଷ୍ଟି କରିଛି ‘କରୋନା ଭାଇରସ’। ଚୀନର ଉହାନ ସହରରୁ ଏହି କରୋନା ଭାଇରସ ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଇବା ବେଳେ ଚୀନରେ ୫୫୫ ଜଣ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି ଏବଂ୪୪୪ ଜଣ ଉହାନ ସହରର ବୋଲି ଜଣା ପଡିଛି। ଏବେ ଏ ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି, ଏହି ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷଙ୍କୁ ବ୍ୟାପିଛି ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ କହାଯାଇଛି ଏବଂ ଏ ନେଇ ଅଧିକ ଗବେଷଣା ଜାରି ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଭୂତାଣୁ ସାପଠାରୁ ବ୍ୟାପିଥିବା ଜଣାପଡ଼ିଛି। ଏହି ଭୂତାଣୁ ଯୋଗୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଏଥିରେ ଆକ୍ରାନ୍ତ ଥିବା ରୋଗୀଙ୍କୁ ଜ୍ଵର ଲାଗି ରହିବା ସହ ନିମୋନିଆ ହୋଇଥାଏ ଏବଂ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ।
କରୋନା ଭାଇରସକୁ ନେଇ ଚୀନର ପେକିଂ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକ ପି. ଜି ଏହି ଭୂତାଣୁ ସମ୍ପର୍କରେ ନୂଆ ତଥ୍ୟ ଆବିଷ୍କାର କରିଛନ୍ତି। ସାପଠାରୁ ଏହି ଭୂତାଣୁ ଲୋକଙ୍କ ମଧ୍ୟରେ ସଂକ୍ରମିତ ହୋଇଛି ବୋଲି ସେ କହିଛନ୍ତି। ତେବେ ସମସ୍ତଙ୍କୁ ସାପ କାମୁଡ଼ିଛି ବୋଲି ଏହା ବ୍ୟାପି ନାହିଁ, ବରଂ ଚୀନରେ ସାପ ଖାଇବାର ପରମ୍ପରା ରହିଥିବାରୁ ଏହି ଭୂତାଣୁ ବ୍ୟାପିଥିବା ବୈଜ୍ଞାନିକ ଜଣକ ଦାବି କରିଛନ୍ତି। ଚୀନର ଲୋକମାନେ ଜୀବମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ବାଦୁଡ଼ିଠାରୁ ବ୍ୟାପୁଥିବା ସାର୍ସ(ସିଭିୟର ଆକ୍ୟୁଟ ରେସ୍ପିରେଟୋରୀ ସିଂଡ୍ରୋମ) ଭାଇରସ ସାପ ଜରିଆରେ ଲୋକଙ୍କୁ ବ୍ୟାପିଛି। ସାର୍ସ ଭାଇରସ ସାପଙ୍କ ଶରୀରକୁ ଯିବା ପରେ ତାହା କରୋନା ଭାଇରସରେ ପରିବର୍ତ୍ତନ ହୋଇଛି। ସାର୍ସ ଭାଇରସର ଚିକିତ୍ସା ରହିଛି। କିନ୍ତୁ ସାପ ଶରୀରରେ ଏହା କରୋନା ଭାଇରସରେ ପରିବର୍ତ୍ତନ ହେବା ପରେ ତାହାର କୌଣସି ଚିକିତ୍ସା ପଦ୍ଧତି ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ।
ଏବେ ‘କରୋନା’ ଭାଇରସରେ ୪ ଜଣ ଭାରତୀୟ ନର୍ସ ଆକ୍ରାନ୍ତ ଅଛନ୍ତି। ତେବେ ସମ୍ପୃକ୍ତ ନର୍ସମାନେ ଏବେ ଭାରତରେ ନାହାନ୍ତି। ସେମାନେ ବର୍ତ୍ତମାନ ସାଉଦୀ ଆରବରେ ରହିଛନ୍ତି। ସମସ୍ତଙ୍କୁ ସ୍ବତନ୍ତ୍ର ଅବରଜଭେଶନରେ ରଖାଯାଇଛି। ସୂଚନା ଅନୁସାରେ, ଫିଲିପାଇନ୍ସର କରୋନା ଭାଇରସରେ ଆକ୍ରାନ୍ତ ଜଣେ ରୋଗୀଙ୍କ ଚିକିତ୍ସା କରିବା ସମୟରେ ନର୍ସ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।
Comments are closed.