Odisha Link
Bridging the Missing Links in Odisha

ବିଭାଗୀୟ ସ୍ଥାୟୀ କମିଟି-୭ ଙ୍କର ଏକାଦଶ ବୈଠକ

ଭୁବନେଶ୍ୱର : ବିଭାଗୀୟ ସ୍ଥାୟୀ କମିଟି-୭ଙ୍କର ଏକାଦଶ ବୈଠକ ବିଧାୟକ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ସଭ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ଆଲୋଚନା ପରେ ଯୋଜନା ଓ ସଂଯୋଜନ ବିଭାଗ ସଂପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା ।

ଏହି ବୈଠକରେ କମିଟିର ସଭ୍ୟଙ୍କ ସମେତ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.