ପୁଣିଥରେ ନାଗିନ ରୂପରେ ନଜର ଆସିବେ ଅନିତା

ମୁମ୍ୱାଇ : ଏକତା କପୁରଙ୍କ ସିରିୟଲ ‘ନାଗିନ୍ ୪’ରେ ଅନେକ ନୂୂଆ ଚରିତ୍ରଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ‘ନାଗିନ୍ ୩’ର ଅଭିନେତ୍ରୀ ଅନିତା ହସନନ୍ଦାନୀଙ୍କୁ ନାଗିନ୍ ୪ ରେ ଦେଖିବାକୁ ମିଳିବ । ଅନିତା ‘ଭିସ୍’ ଚରିତ୍ରରେ ଅଭିନୟ କରିଥିଲେ। ଏକତା ନିଜ ଟୁଇଟ କରି ଏବିଷୟରେ କହିଛନ୍ତି ।
ସୂଚନାଯୋଗ୍ୟ, ଏକତା କପୁରଙ୍କ ଟିଭି ଶୋ ନାଗିନ୍କୁ ଦର୍ଶକେ ବେଶ୍ ପସନ୍ଦ କରିଥା’ନ୍ତି। ନାଗିନ୍ର ତିନୋଟି ସିଜନ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଟିଆର୍ପି ଲିଷ୍ଟରେ ବି ଶୋ ଆଗରେ ରହିଥିଲା। ତେବେ ଅନିତାଙ୍କୁ ଏଥର ନୂଆ ଚରିତ୍ରରେ ଦେଖିବାକୁ ମିଳିବ ।
https://www.instagram.com/p/B7qpSoQgcfk/
ଅନିତା କହିଛନ୍ତି, ନକାରାତ୍ମର ଚରିତ୍ରରେ ଅଭିନୟ କରିବା ପାଇଁ ତାଙ୍କୁ ବେଶ୍ ଭଲଲାଗିଥାଏ । ‘ଅଲୌକିକ ଶକ୍ତି ମୋତେ ସର୍ବଦା ଉତ୍ସାହିତ କରିଥାଏ। କିଛି ଲୋକ ଏହି ଅଲୌକିକ ଶକ୍ତିରେ ବିଶ୍ୱାସ ରଖନ୍ତି ନାହିଁ। କିନ୍ତୁ ମୋ ପରିବାରରେ ସମସ୍ତେ ଶୋ’କୁ ଦେଖିଥା’ନ୍ତି ।
ଯାତ୍ରା ସମୟରେ ମୁଁ ଏପରି ଅନେକ ଲୋକଙ୍କ ସହିତ ମିଶିଛି, ବିଶେଷ କରି ଛୋଟପିଲା ମୋ ଶୋ’ ଦେଖିବା ପାଇଁ ପସନ୍ଦ କରନ୍ତି। କାହିଁକିନା ଅଲୌକିକ ଶକ୍ତି ବିଷୟରେ ସେମାନେ ଜାଣିବା ପାଇଁ ବେଶ୍ ଆଗ୍ରହୀ। ମୋତେ ଲାଗୁନାହିଁ ଯେ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ମୁଁ କେବେ ଥକି ପଡ଼ିବି।’
Comments are closed.