ବିଜେବି କଲେଜରେ ଛାତ୍ରାବାସ ଓ ଛାତ୍ରୀନିବାସ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେବି କଲେଜର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ନୂତନ କ୍ୟାଣ୍ଟିନର ଉଦଘାଟନ କରିଛନ୍ତି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରି ଅରୁଣ ସାହୁ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କଲେଜରେ ପ୍ରବେଶ କରିବା ସମୟରେ ଛାତ୍ରଛାତ୍ରୀମାନେ ତାଙ୍କୁ ମାନବଶୃଙ୍ଖଳ ଜରିଆରେ ସ୍ଵାଗତ କରିଥିଲେ। ପ୍ରଥମେ ନବୀନ କ୍ୟାମ୍ପସରେ ଥିବା ମହାତ୍ମା ଗାନ୍ଧୀ ଓ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ କଲେଜରେ ୬୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ମୁଖ୍ୟ ପ୍ରବେଶ ପଥ ନବୀକରଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି।
Comments are closed.