ଯାଜପୁର ଅପହରଣ ଓ ଦୁଷ୍କର୍ମ ମାମଲାରେ କନ୍ଷ୍ଟେବଲ୍ ଗିରଫ

ଯାଜପୁର: ଯାଜପୁର ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ ହେଲା କନ୍ଷ୍ଟେବଲ୍। ଧର୍ମଶାଳା ଥାନାରେ କାର୍ଯ୍ୟରତ କନ୍ଷ୍ଟେବଲ ସନ୍ତୋଷ ବାରିକଙ୍କୁ ଗିରଫ କରିଛି ପୁଲିସ। କନ୍ଷ୍ଟେବଲ ସନ୍ତୋଷ ବାରିକ ହେଉଛନ୍ତି ଅଭିଯୁକ୍ତ ପିଣ୍ଟୁର ଭିଣୋଇ। ତାଙ୍କ ମୋବାଇଲ ଫୋନ୍ରୁ ଧମକପୂର୍ଣ୍ଣ କଲ୍ ଯାଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ଏଥିସହ ନାବାଳିକାକୁ ଘରେ ଲୁଚାଇଥିବା ଅଭିଯୋଗରେ ପିଣ୍ଟୁର ମାଉସୀ ଗିରଫ ହୋଇଛନ୍ତି। ପିଣ୍ଟୁର ମିଲତ ନଗରରରେ ଥିବା ୨ ଜଣ ସାଙ୍ଗଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।
ସୂଚନଯୋଗ୍ୟ, ଗତ ୧୪ ତାରିଖ ରାତି ପ୍ରାୟ ୩ଟା ବେଳେ ଧର୍ମଶାଳା ମିଲତନଗରର ପିଣ୍ଟୁ ଓ ମିଟୁ ବନ୍ଧୁକ ମୁନରେ ନାବାଳିକାକୁ ଜୋର ଜବରଦସ୍ତ ଅପହରଣ କରିଥିଲେ। ଏନେଇ ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ପୁଲିସ ନିଖୋଜ ମାମଲା ରୁଜୁ କରି ଚୁପ୍ ବସିଥିଲା। ନାବାଳିକାଙ୍କୁ ଅଜଣା ସ୍ଥାନକୁ ନେଇ ମିଠାରେ ନିଶା ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ। ତିନି ଦିନରେ ଭିନ୍ନ ଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ଦେଇଥିବା ପୀଡ଼ିତା କହିଛନ୍ତି। ଗତ ୧୮ ତାରିଖ ଅପରାହ୍ନ ୪ ଟା ବେଳେ ଯାଜପୁରର ଜାତୀୟ ରାଜପଥ କଡ଼ରେ ଅଭିଯୁକ୍ତମାନେ ନାବାଳିକାକୁ ଫୋପାଡି ଦେଇଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପିଣ୍ଟୁ ସମେତ ତାର ଭାଇ ଓ ଦୁଇ ଭଉଣୀଙ୍କୁ ଗିରଫ କରିଛି।
Comments are closed.