କଲେଜ କମିଟିରେ ରୁହନ୍ତୁ ବିଧାୟକ:ସୁଶାନ୍ତ ସିଂହ
ଭୁବନେଶ୍ୱର: କଲେଜ ପରିଚାଳନା କମିଟିରୁ ରାଜନେତାଙ୍କୁ ବାଦ ଦେବା ନିଷ୍ପତ୍ତି ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତବ୍ୟରେ କେଁ ପୁରାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ଶ୍ରୀ ସିଂହ କହିଛନ୍ତି ଯେ, ବିଧାୟକମାନେ କମିଟିରେ ରହିବା କଥା। ବିଧାୟକ ସମୟ ଦେଇପାରୁନାହାନ୍ତି, ଶିକ୍ଷାବିତ ସଭାପତି ରହିଲେ ଭଲ। କିନ୍ତୁ ବିଧାୟକମାନଙ୍କୁ ସଭାପତି ନକରି ସଦସ୍ୟ ଭାବେ ରଖାଯାଉ। ବିଧାୟକ କମିଟିରେ ରହିଲେ କଲେଜର ଉନ୍ନତି ହୋଇପାରିବ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଡିଗ୍ରୀ କଲେଜ ପରିଚାଳନା କମିଟିରେ ଆଉ ରାଜନେତା ରହିବେ ନାହିଁ। ରାଜନେତା କିମ୍ବା ସ୍ଥାନୀୟ ବିଧାୟକ ଡିଗ୍ରୀ କଲେଜ ପରିଚାଳନା କମିଟିରେ ରହିବେ ନାହିଁ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ରାଜନେତା ବଦଳରେ କେବଳ ଶିକ୍ଷାବିତ ସଦସ୍ୟ ରହିବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସାହୁ ଏହା କହିଛନ୍ତି । ପୂର୍ବରୁ ସ୍ଥାନୀୟ ବିଧାୟକ ପରିଚାଳନା କମିଟିର ସଭାପତି ରହୁଥିଲେ।
Comments are closed.