ମୁଡ୍ ଅଫ୍ ଦି ନେସନ୍ ପୋଲ୍: ଆଗରେ ଯୋଗୀ, ୪ର୍ଥରେ ନବୀନ
ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ ପୋଲ୍। ପ୍ରକାଶିତ ପୋଲ ଅନୁଯାୟୀ ଜାନୁଆରୀ ୨୦୨୦ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ସର୍ବାଧିକ ଲୋକ ମତ ଦେଇଛନ୍ତି। ୧୮% ଭୋଟ୍ ସହ ଯୋଗୀ ଆଦିତ୍ୟନାଥ ତାଲିକାର ସର୍ବାଗ୍ରେ ଅଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ସେ ଏପରି ସଫଳତା ହାସଲ କରିଛନ୍ତି।
୨ୟ ସ୍ଥାନରେ ଯୁଗ୍ମ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି। ଏ ଦୁହିଁଙ୍କୁ ୧୧% ଭୋଟ୍ ମିଳିଛି। ଅନ୍ୟପଟେ ନୀତୀଶ କୁମାର ୧୦% ଭୋଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି।
ତାଙ୍କ ପଛକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬% ଭୋଟ୍ ସହ ଚତୁର୍ଥସ୍ଥାନରେ ଅଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ନବୀନଙ୍କ ସହ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନରେ ଅଛନ୍ତି।
ଏହି ରିପୋର୍ଟ ୧୨,୧୪୧ ଲୋକଙ୍କ ମତାମତ ନେବା ପରେ ପ୍ରକାଶ ପାଇଛି। ୬୭ ପ୍ରତିଶତ ଗ୍ରାମାଞ୍ଚଳ ଓ ୩୩ ପ୍ରତିଶତ ସହରାଞ୍ଚଳରେ ଏହି ସର୍ଭେ କରାଯାଇଛି। ଦେଶର ୧୯ଟି ରାଜ୍ୟର ୯୭ଟି ଲୋକସଭା ଓ ୧୯୪ ବିଧାନସଭା ଆସନରେ ଏହି ସର୍ଭେ କରାଯାଇଛି।
Comments are closed.