Odisha Link
Bridging the Missing Links in Odisha

ଇରାନ୍‌ର ଆକ୍ରମଣରେ ୩୪ ଜଣ ସୈନିକଙ୍କ ମସ୍ତିଷ୍କରେ ଆଘାତ : ଆମେରିକା

ଓ୍ଵାସିଂଟନ୍‌: ଏୟାର ଷ୍ଟ୍ରାଇକ ଜରିଆରେ ଇରାନର ଜେନେରାଲ କାସିମ୍‌ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିଥିଲା। ଏହା ପରେ ଇରାକର ସାମରିକା ଆଡ୍ଡାରେ ଇରାନ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରି‌ଥିଲା।ଯେଉଁଥିରେ ୩୪ ଜଣ ଆମେରିକୀୟ ସୈନିକଙ୍କ ମସ୍ତିଷ୍କରେ ଆଘାତ ଲାଗିଥିବା କଥା ଗତକାଲି ପେଣ୍ଟାଗନ୍‌ ମୁଖପାତ୍ର ଜନାଥନ୍‌ ହଫ୍‌ମ୍ୟାନ୍‌ କହିଛନ୍ତି । ଏଭଳି ଆଘାତକୁ ଡାକ୍ତରୀ ଭାଷାରେ ‘ଟ୍ରମାଟିକ୍‌ ବ୍ରେନ୍‌ ଇଞ୍ଜୁରି’ କୁହାଯାଏ।

ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ସୈନିକ ଇରାନ୍‌ର ଆକ୍ରମଣ ଦ୍ୱାରା ମୃତାହତ ହୋଇ ନ ଥିବା କଥା ରାଷ୍ଟ୍ରପତି ଟ୍ରମ୍ପ୍‌ ଏବଂ ଅନ୍ୟ ଶୀର୍ଷସ୍ତରୀୟ ଅଧିକାରୀମାନେ କହିଥିଲେ। ଗତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା କହିଥିଲା, ପଶ୍ଚିମ ଇରାକ୍‌ର ଆଇନ ଅଲ୍‌-ଅସାଦ ଏୟାର୍‌ବେସ୍‌ରେ ଆକ୍ରମଣ ଯୋଗୁଁ ଆହତ ହୋଇଥିବା ୧୧ ଜଣ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନିକଙ୍କ ଚିକିତ୍ସା କରାଯାଇ ଇରାକ୍‌ରୁ ସ୍ଥାନାନ୍ତର କରାଯାଇଛି।

ପେଣ୍ଟାଗନ୍‌ କହିଛନ୍ତି ଯେ, ଚିକିତ୍ସିତ ହୋଇଥିବା ୧୭ ଜଣ ସୈନିକଙ୍କୁ ଇରାକ୍‌ସ୍ଥିତ କର୍ମକ୍ଷେତ୍ରକୁ ପଠାଇ ଦିଆଯାଇଛି। ପୂର୍ବରୁ ଜର୍ମାନୀକୁ ନିଆଯାଇଥିବା ଆଠଜଣ ସୈନିକଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ନିଆଯାଇଛି। ସେମାନଙ୍କୁ ଓ୍ଵାଲ୍‌ଟର୍‌ ରିଡ୍‌ ସାମରିକ ଡାକ୍ତରଖାନା କିଂବା ସେମାନଙ୍କର ହୋମ୍‌ ବେସ୍‌ରେ ଚିକିତ୍ସା କରାଯିବ। ଆହୁରି ନଅଜଣ ସୈନିକ ଜର୍ମାନିରେ ଚିକିତ୍ସାଧୀନ ଅଛନ୍ତି।

Comments are closed.