Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଦୋଷୀଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରେ ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀ। ଏହାକୁ ନଜରରେ ରଖି ତିହାର ଜେଲ ପ୍ରଶାସନ ଦୋଷୀଙ୍କ ଶୌଚାଳୟ ଉପରେ ମଧ୍ୟ ନଜର ରଖିଛି। ତିହାର ଜେଲ ପ୍ରଶାସନ ତରଫରୁ ଏ ନେଇ ବ୍ୟବସ୍ଥା କରାଯାଇଛି। ଦିନ-ରାତି ଏହି ଚାରି ଦୋଷୀଙ୍କ ଉପରେ କଡ଼ା ନଜର ରଖିଛି ତିହାର ଜେଲ ପ୍ରଶାସନ। ଏମିତିକି ଏହି ୪ ଦୋଷୀଙ୍କ ଜେଲର ପ୍ରକୋଷ୍ଠକୁ ବଦଳାଯାଉଛି।

ଫାଶୀ ଦେବା ପୂର୍ବରୁ ଦୋଷୀଙ୍କୁ ଅନ୍ତିମ ଇଚ୍ଛା ବାବଦରେ ଜେଲ୍ କତ୍ତୃପକ୍ଷ ପଚାରିଥିଲେ। ହେଲେ କୌଣସି ଦୋଷୀ ଫାଶୀ ବାବଦରେ କିଛି ମତ ରଖି ନାହାନ୍ତି। ଏହାପରେ ପରିବାର ଲୋକଙ୍କୁ ଜେଲ କତ୍ତୃପକ୍ଷ ତରଫରୁ ଚିଠି ପଠାଯାଇଛି। ଫାଶୀ ପୂର୍ବରୁ ଦେଖା କରିବା ପାଇଁ ଚାହୁଁଥିଲେ ଜେଲ୍ ପ୍ରଶାସନ ସହ ଯୋଗାଯୋଗ କରିବା ପାଇଁ ଚିଠିରେ କୁହାଯାଇଛି।

Comments are closed.