ପତଞ୍ଜଳିକୁ ଦେଶର ସବୁଠୁ ବଡ଼ ଏଫଏମସିଜି କମ୍ପାନି କରିବାକୁ ଲକ୍ଷ୍ୟ: ରାମଦେବ
ନୂଆଦିଲ୍ଲୀ: ପତଞ୍ଜଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୫ ହଜାର କୋଟି ଟଙ୍କାର କାରବାର କରିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହି ବ୍ୟବସାୟ ୫୦ ହଜାରରୁ ୧ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ସେ ଆଶା ରଖିଥିବା କହିଛନ୍ତି ରାମଦେବ। ଏଥିସହ ବାବା ରାମଦେବ କହିଛନ୍ତି ଯେ, ଏବେ ପତଞ୍ଜଳି ଗ୍ରୁପ୍ ଦେଶର ସବୁଠାରୁ ବଡ଼ ଏଫ ଏମ ସିଜି କମ୍ପାନି ହେବାର ଲକ୍ଷ୍ୟ ରଖିଛି। ପତ୍ରଞ୍ଜଳି ଗ୍ରୁପ୍ ହିନ୍ଦୁସ୍ଥାନ ୟୁନିଲିଭର ସ୍ଥାନରେ ଦେଶର ସବୁଠୁ ବଡ଼ ଏଫ ଏମ ସିଜି କମ୍ପାନି ହେବ ବୋଲି ସେ ଦାବି କରିଛନ୍ତି।
ଋଣ ଭାରରେ ବୁଡ଼ି ରହିଥିବା ରୁଚି ସୋୟା କଂପାନିକୁ ଅଧିଗ୍ରହଣ କରିବା ପରେ ହରିଦ୍ୱାରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ବାବା ରାମଦେବ। ଆଗାମୀ ଯୋଜନା ସଂପର୍କରେ ସୂଚନା ଦେଇ ରାମଦେବ କହିଛନ୍ତି ଯେ, ସ୍ବାସ୍ଥ୍ୟ ସଚେତନ ଲୋକଙ୍କ ପାଇଁ ତିନିଟି ନୂଆ ଉତ୍ପାଦନ ଆଣିବ କଂପାନି। ଏହା କୋଲେଷ୍ଟ୍ରଲ , ଉଚ୍ଚ ରକ୍ତଚାପ ଓ ହୃଦ୍ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ହେବ।
Comments are closed.