Odisha Link
Bridging the Missing Links in Odisha

ବାପାକୁ ହାଣି ଘରେ ନିଆଁ ଲଗାଇ ଛାତରୁ ଡେଇଁଲା ପାଗଳ ପୁଅ

ବାରଙ୍ଗ: ବାପାକୁ କଟୁରିରେ ହାଣିବା ପରେ ଘରେ ନିଆଁ ଲଗାଇ ଦେଲା ପାଗଳ ପୁଅ। ତେବେ ଲୋକଙ୍କ ଭୟରେ ଘର ଛାତ ଉପରୁ ଡେଇଁ ପଡ଼ିଥିଲା ପାଗଳ ପୁଅ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ସହ ପାଗଳ ପୁଅକୁ ଉଦ୍ଧାର କରିଛି। ପୋଲିସ ଗୁରୁତର ଅବସ୍ଥାରେ ବାପାକୁ ଉଦ୍ଧାର କରିବା ସହିତ ପୁଅକୁ ଅଟକ ରଖିଛି।
ସୂଚନାଯୋଗ୍ୟ ଯେ, ଅନ୍ଧାରୁଆ ଗାଁର ତଳସାହିରେ ବାସ କରୁଥିବା ଗୋବିନ୍ଦ ବାରିକଙ୍କ ବଡ଼ ପୁଅ ରଞ୍ଜିତ ବାରିକ ଜଣେ ମାନସିକ ରୋଗୀ। ରଞ୍ଜିତ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୧୪ ବର୍ଷର ପୁଅ ମଧ୍ୟ ଅଛି। ଗତ ୬ ଦିନ ତଳେ ତାଙ୍କ ସ୍ତ୍ରୀ କୌଣସି କାରଣରୁ ତାଙ୍କ ବାପ ଘରକୁ ଯାଇଛନ୍ତି। ରଞ୍ଜିତ ମାନସିକ ରୋଗୀ ହୋଇଥିବାରୁ ତାଙ୍କୁ ନିୟମିତ ଭାବେ ଔଷଧ ଦ୍ୱାରା ନିୟନ୍ତ୍ରଣରେ ରଖାଯାଇଥାଏ। ଶନିବାର ଦିନ ସକାଳ ପ୍ରାୟ ୯ ଟାରୁ ରଞ୍ଜିତଙ୍କ ମାନସିକ ତାଣ୍ଡବ ଆରମ୍ବ ହୋଇଯାଇଥିଲା। ଗାଁରେ ଉଲଗ୍ନ ହୋଇ ବୁଲିବା ସହିତ ଘରେ ପଶି ମାଡପିଟ୍ ଆରମ୍ବ କରିଦେଇଥିଲା। ବାପା ଗୋବିନ୍ଦ ଏହାକୁ ପ୍ରତିବାଦ କରିବାରୁ ରଞ୍ଜିତ ଏକ କଟୁରିରେ ତା ବାପାଙ୍କ ମୁଣ୍ଡକୁ ଚୋଟ ମାରିଥିଲା। ଏବଂ ଏହା ଘର ଭିତରେ ନିଆଁ ଲଗାଇ ଦେଇଥିଲା। ଯାହାକୁ ଦେଖି ସ୍ଥାନୀୟଲୋକେ ପ୍ରଥମେ ଦମକଳ ବାହିନୀ ଏବଂ ଚନ୍ଦକା ଥାନାଙ୍କୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାପା ଗୋବିନ୍ଦଙ୍କୁ ଉଦ୍ଧାର କରିଥିଲେ।
ଲୋକଙ୍କ ଭୟରେ ରଞ୍ଜିତ ଛାତ ଉପରକୁ ଚଢ଼ିଯାଇ ଆଉ ଓହ୍ଲାଇବାକୁ ଅମଙ୍ଗ ହୋଇଥିଲା। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏବଂ ପରେ ରଞ୍ଜିତକୁ ଛାତରୁ ଆଣିବାକୁ ତା ଉପରକୁ ପାଣି ମାରିଥିଲେ। ଆଉ କିଛି ବାଟ ନ ପାଇ ଭୟରେ ରଞ୍ଜିତ ଶେଷରେ ଛାତରୁ ଡେଇଁ ପଡିଲା । ରଞ୍ଜିତ ତଳେ ପଡି ବେହୋସ ହୋଇଯାଇଥିଲେ ବି କୌଣସି କ୍ଷତି ହୋଇ ନାହିଁ। ବାପା ଗୋବିନ୍ଦଙ୍କ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ରଞ୍ଜିତକୁ ପୋଲିସ ଥାନାରେ ଅଟକ ରଖିଛି। ତେବେ ଘଟଣାସମ୍ପର୍କରେ ଥାନରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.