ଜିଲ୍ଲାସ୍ତରୀୟ ୧୦ମ ଜାତୀୟ ଭୋଟର ଦିବସ ପାଳିତ
ଗଞ୍ଜାମ: ଗଞ୍ଜାମ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଦଶମ ଜାତୀୟ ଭୋଟର ଦିବସ ପାଳିତ ହୋଇଛି। ଏହି ଅବସରରେ ମୋ ଭୋଟ ମୋ ଅଧିକରୀ ଏକ ସଚେତନତା ରଥ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଵାହାରି ସହର ପରିକ୍ରମା କରି ଲୋକମାନଙ୍କୁ ଭୋଟର ମୂଲ୍ୟ ଓ ଏହାର ଗୁରୁତ୍ୱ ଉପରେ ସଚେତନତା କରିଛି। ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ରଥର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରାଲିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ରୁଷିକୂଲ୍ୟ ଜିଲ୍ଲା ପରିଷଦ ଭବନ ପରିସରରେ ନୂତନ ଭୋଟର ମାନଙ୍କୁ ଶପଥ ପାଠ ଓ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଉପଜ଼ିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକଟର ବିଜୟାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.