ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ
ତେଲକୋଇ: ସାତ ଜନମକୁ ସାଥୀ କରି ହାତ ଧରିଥିବା ସ୍ବାମୀ ଶେଷରେ ସାଜିଲା ହତ୍ୟାକାରୀ। କେନ୍ଦୁଝର ଥାନା ଖୁଣ୍ଟାପଡ଼ା ପଞ୍ଚାୟତ ମଧୁସୂଦନପୁର ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା। ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ସ୍ବାମୀ। ମୃତକଙ୍କ ନାମ ଶାନ୍ତ ଜୁଆଙ୍ଗ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚ ଚଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ମଧୂସୁଦନପୁର ଗାଁରେ ପ୍ରଶ୍ନ ଜୁଆଙ୍ଗ ଓ ତାଙ୍କ ସ୍ତ୍ରୀ ଶାନ୍ତି ଜୁଆଙ୍ଗ ରହିଆସୁଥିଲେ। କିନ୍ତୁ ଆଜି ସକାଳେ ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇତିଲା। ଦେଖୁ ଦେଖୁ ଯୁକ୍ତିତର୍କ ଅତି ଭୟଙ୍କ ହୋଇଯାଇଥିଲା। ଏହି ଝଗଡାରେ ସ୍ବାମୀ ପ୍ରଶ୍ନ ଜୁଆଙ୍ଗ ଅତ୍ୟନ୍ତ ଭାବେ ରାଗିଯାଇଥିଲା। ଘରେ ଥିବା ଠେଙ୍ଗାରେ ନିଜ ସ୍ତ୍ରୀକୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଦେଇଛି ସ୍ବାମୀ ପ୍ରଶ୍ନ ଜୁଆଙ୍ଗ। ହତ୍ୟାକାଣ୍ଡ ପରେ ସ୍ବାମୀ ଘଟଣାସ୍ଥଳରୁ ଫେରାର ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦଘନା ଜାରି ରଖିଛି।
Comments are closed.