ପୁଣିଥରେ ଅଟକ ରହିଲେ ଭୀମ୍ ଆର୍ମି ମୁଖ୍ୟ
ହାଇଦ୍ରାବାଦ: ପୁଣିଥରେ ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ଅଟକ ରଖିଲା ପୁଲିସ୍। ନାଗରିକତା ସଂଶୋଧନ ଆଇନ ଏବଂ ଏନ୍ଆରସି ବିରୋଧରେ ଏକ ଶୋଭାଯାତ୍ରା ପୂର୍ବରୁ ହାଇଦ୍ରାବାଦ ସିଟି ପୁଲିସ୍ ତାଙ୍କୁ ଅଟକ ରଖିଛି।
ପୁଲିସ୍ କହିବା ଅନୁଯାୟୀ, ଲଙ୍ଗର ହୌଜ୍ ଥାନା ଅଧୀନରେ ଥିବା ଏକ ବଗିଚାରେ ଆୟୋଜିତ ହେବାକୁ ଥିବା ସିଏଏ ଓ ଏନ୍ଆରସି ବିରୋଧୀ ରାଲିରେ ସେ ଯୋଗଦେବାର ଥିଲା। ଏହି ବିକ୍ଷୋଭ ପାଇଁ ବିକ୍ଷୋଭକାରୀମାନେ ପୁଲିସ୍ଠାରୁ କୌଣସି ଅନୁମତି ନେଇନାହାନ୍ତି। ଏହି କାରଣରୁ ଅଟକ ରଖାଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ ସିଏଏ ବିରୋଧରେ ବିଭିନ୍ନ ସ୍ଥାନରେ ଆୟୋଜିତ ରାଲିରେ ଯୋଗ ଦେଇସାରିଛନ୍ତି। ପୁଲିସ୍ ତାଙ୍କୁ ପୂର୍ବରୁ ମଧ୍ୟ ଦିଲ୍ଲୀରେ ଅଟକ ରଖିଥିଲା।
Comments are closed.