ଦୁର୍ଘଟଣା ପରେ ବଡ଼ ଜରିମାନା
ସମ୍ବଲପୁର: ଯୁଯୁମରା ଥାନା ଥର୍ଲି ବ୍ରିଜରେ ଟ୍ରାକ୍ଟରକୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପରିବହନ ବିଭାଗ ଓ ପୁଲିସର ଯାଞ୍ଚ ବେଳେ ସାମ୍ନାକୁ ଆସିଛି ସାଂଘାତିକ ସତ। ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରାକ୍ଟର ଓ ବସର କାଗଜପତ୍ର ଠିକ ନ ଥିବାରୁ ମୋଟା ଅଙ୍କର ଫାଇନ କଷିଛି ପରିବହନ ବିଭାଗ। ଟ୍ରାକ୍ଟରର ଫିଟନେସ ୨୦୧୮ରୁ ନ ଥିବାରୁ ଓ କାଗଜପତ୍ର ଠିକ ନ ଥିବାରୁ ୫୩ ହଜାର ୨ଶହ ଟଙ୍କା ଫାଇନ କରାଯାଇଛି। ସେହିପରି ବସର ଫିଟନେସ, ପଲ୍ୟୁସନ, ଇନସ୍ୟୁରାନ୍ସ ନଥିବାରୁ ୨୭ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ।
ମିଳିଥିବା ସୂଚନା ଅନୁସାରେ ରିଆମାଳରୁ ସମ୍ବଲପୁର ଯାଉଥିବା ‘ପ୍ରଧାନ’ ନାମକ ଘରୋଇ ଯାତ୍ରୀବାହୀ ବସ୍ ଗତକାଲି ସକାଳେ ଟ୍ରଲିରେ ପାଞ୍ଚଜଣ ଶ୍ରମିକଙ୍କୁ ବସାଇ ନେଉଥିବା ସେ ଟ୍ରାକ୍ଟର୍ ପଛରେ ଧକ୍କା ଖାଇଥିଲା। ଫଳରେ ଶ୍ରମିକମାନଙ୍କ ସହ ଟ୍ରାକ୍ଟରର ଟ୍ରଲିଟି ଓଲଟି ପଡ଼ିଥିଲା। ଅତି ସାଙ୍ଘାତିକ ଆହତ ହୋଇଥିବା ସେ ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିସାରିଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ଆଉ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା।
Comments are closed.