Odisha Link
Bridging the Missing Links in Odisha

ଏୟାର ଇଣ୍ଡିଆ ବିକ୍ରି ପାଇଁ ନିଲାମ ନୋଟିସ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ ନିଲାମ ନୋଟିସ ଜାରି କରିଛନ୍ତି ସରକାର। ଋଣ ଭାରରେ ବୁଡି ରହିଥିବା ସରକାରୀ ଏୟାର ଇଣ୍ଡିଆ କମ୍ପାନୀକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ ସରକାର ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାମ ସମ୍ପର୍କିତ ନୋଟିସ ଜାରି କରିଛନ୍ତି। ଏହି ନିଲାମ ପାଇଁ ଶେଷ ତାରିଖ ୧୭ ମାର୍ଚ୍ଚ ୨୦୨୦ ଧାର୍ଯ୍ୟ କରାଯାଇଛି। ଏଥିସହ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଓ ଏୟାରପୋର୍ଟ ସର୍ଭିସ କମ୍ପାନୀ କୁ ମଧ୍ୟ ନିଲାମରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରାଯାଇଛି। ସୂଚନାଯୋଗ୍ୟ, ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟକୁ ମଞ୍ଜୁରୀ କରାଯାଇଛି। ଚଳିତ ବର୍ଷ ସରକାର ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରୁଛନ୍ତି। ଗତ ବର୍ଷ ୭୬% ସେୟାର ବିକ୍ରି ପାଇଁ ନିଲାମ ଡକାଯାଇଥିଲା କିନ୍ତୁ କେହି କିଣି ନଥିଲେ।

Comments are closed.