ହାଇକୋର୍ଟ ଫୁଲ ବେଞ୍ଚ ଶୁଣାଣି

ଭୁବନେଶ୍ବର: ଓକିଲଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟରେ ଫୁଲ ବେଞ୍ଚ ଶୁଣାଣି ହୋଇଛି। ପୂର୍ବଥର ଭଳି ପୁଣି ଥରେ ପୂର୍ଣ୍ଣ ଖଣ୍ଡପୀଠର ଆଜି ଶୁଣାଣି ହୋଇଛି। ଆନ୍ଦୋଳନରୁ ଓହରିଥିବା ଓକିଲ ସଂଘ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଓକିଲ ଆନ୍ଦୋଳନ ସଂପର୍କରେ କୋର୍ଟକୁ ଜଣାଇଲା ବାର୍ କାଉନସିଲ୍। ଏବେ ୧୦ଟି ଓକିଲ ସଂଘ ଆନ୍ଦୋଳନ ଜାରି ରଖିଥିବା ବିସିଓ ସୂଚନା ଦେଇଛନ୍ତି। ଏହାକୁ ନେଇ ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା ଓକିଲା ସଂଘର ଆନ୍ଦୋଳନ ଜାରି ରହିଛି। ମାର୍ଚ୍ଚ ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କଲେ କୋର୍ଟ।
Comments are closed.