ଆଦିବାସୀ ମେଳାରେ ଏଚ୍ଆଇଭି ପରୀକ୍ଷା

ଭୁବନେଶ୍ବର: ଆଦିବାସୀ ମେଳାରେ ହେବ ଏଚ୍ଆଇଭି ପରୀକ୍ଷା। କାଲିଠାରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ମେଳାରେ ବିକ୍ରିବଟା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଷ୍ଟଲ୍ ଖୋଲିଛି। ଏଥସହ ଚଳିତବର୍ଷ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ପାଇଁ ଏଡ୍ସ ନିୟନ୍ତ୍ରଣ ସମିତି (ଓସାକ୍ସ୍) ପକ୍ଷରୁ ଏକ ନିଆରା ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲ୍ରେ ମାଗଣାରେ ଏଚ୍ଆଇଭି ପରୀକ୍ଷା କରାଯିବ। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆଦିବାସୀ ମେଳାରେ ପ୍ରବଳ ଜନ ଗହଳିକୁ ନଜରରେ ରଖି ଓସାକ୍ସ ପକ୍ଷରୁ ଏହି ଷ୍ଟଲ୍ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଷ୍ଟଲ୍ରେ ସ୍ବେଚ୍ଛାସେବୀମାନଙ୍କୁ ନିଯୁକ୍ତ କରାଯିବ। ଯେଉଁ ବ୍ୟକ୍ତିମାନେ ନିଜ ଆଡ଼ୁ ଏହି ପରୀକ୍ଷା କରିବା ପାଇଁ ଚାହିଁବେ ସେମାନଙ୍କର ଏହି ପରୀକ୍ଷା କରାଯିବ। ଓସାକ୍ସ ପକ୍ଷରୁ ରାଜ୍ୟବ୍ୟାପୀ ସ୍କ୍ରିନିଂକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଆଦିବାସୀ ମେଳା ଏ ଦିଗରେ ସହାୟକ ହୋଇପାରିବ ବୋଲି କୁହାଯାଇଛି।
Comments are closed.