ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ବର୍ତ୍ତିଲେ ଯବାନ

ରାୟଗଡା: ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଯବାନଙ୍କ କମ୍ବିଂ ଅପରେସନ ସମୟରେ ମାଓବାଦୀମାନେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥବା ସୂଚନା ମିଳିଛି। ତେବେ ବିସ୍ଫୋରଣରେ ଅଳ୍ପକେ ବର୍ତ୍ତଯାଇଛନ୍ତି ସମସ୍ତ ଯବାନ।
ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବା ହୋଇଛି। କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ବୋଲି ରାୟଗଡା ଏସ୍ପି ସୂଚନା ଦେଇଛନ୍ତି। ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ତେବେ ରବିବାର ଦିନ ନିୟମଗିରି ପାହାଡରେ ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟରେ କୌଣସି ମୃତାହତର ସୂଚନା ମିଳିନାହିଁ।
Comments are closed.