ପୋଲିସ ଗାଡ଼ିକୁ ଧକ୍କା ଦେଲା କାର, ଡ୍ରାଇଭର ଅଟକ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ରାସ୍ତା ଇଚ୍ଛାପୁର ନିକଟରେ ସଡକ ଦୁର୍ଘଟଣା ହୋଇଛି। ରାସ୍ତାରେ ଯାଉଥିବା ପୋଲିସ ଗାଡ଼ିକୁ ଧକ୍କା ଦେଲା କାର। ଦୁର୍ଘଟଣାରେ କୌଣସି ଯାତ୍ରୀ କି କୌଣସି ପୋଲି କର୍ମଚାରୀଙ୍କୁ ଆଘାତ ହୋଇନାହିଁ।
ସୂଚନା ଅନୁସାରେ ଭଦ୍ରକ ନାୟକାଣିଡ଼ିହି ଥାନା ଗାଡିଟି କୌଣସି କାରଣ ପାଇଁ ବାହାରକୁ ଯାଇଥିଲା। ଗାଡିଟି ଥାନକୁ ଫେରୁଥିବା ବେଳେ ଧକ୍କା ଦେଇଛି କାର। କାର ଚାଳକ ମଦ୍ୟପାନ କରି ଗାଡି ଚଳାଉଥିବା ସୂଚନା ମିଳିଛି। ମଦ୍ୟପ କାର ଚାଳକକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଅଟକ ରଖିଛି।
Comments are closed.