ନରହନ୍ତା ଦନ୍ତା ପାଇଁ ରାସ୍ତାରୋକ

ଯାଜପୁର: ଯାଜପୁର ଦାନଗଦୀ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଘଟଣାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ହାତୀ ଘଉଡାଇବା ଏବଂ ଧନଜୀବନ ସୁରକ୍ଷା ଦାବିରେ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରେ ଟାୟାର ଜାଳି ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଆଲୋଚନା ଚାଲିଥିଲା। ପରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି ପରେ ଉଭୟ ମିଲିଟାରୀ ଛକ ଏବଂ ମାନପୁର ଓଭରବ୍ରିଜ ନିକଟରୁ ରାସ୍ତା ଅବରୋଧ ହଟିଥିଲା। ଆଜି ଅପରାହ୍ନ ୫ଟା ସୁଦ୍ଧା ଟ୍ରାଙ୍କୁଲାଇଜ୍ ଜରିଆରେ ହାତୀ ଉଦ୍ଧାର ହେବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୂଚନା ମିଳିଛି।
Comments are closed.