ଅଷ୍ଟ୍ରେଲିଆରେ ବୁଢିଆଣୀ ଆତଙ୍କ
![](https://www.odishalink.com/wp-content/uploads/2020/01/spider.jpg)
ସିଡନୀ: ନିଆଁ ପରେ ଅଷ୍ଟ୍ରେଲିଆରେ ଏବେ ବୁଢିଆଣୀଙ୍କ ଆତଙ୍କ। ଅଷ୍ଟ୍ରେଲିଆରେ ଫନେଲ ୱେବ ସ୍ପାଇଡର ନାମକ ବୁଢିଆଣୀ ଏବେ ନେଉଛି ଜୀବନ। ଏହି ବୁଢିଆଣୀ କାମୁଡିଲେ ମାତ୍ର ୧୫ ମିନିଟ ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ। ଏମାନଙ୍କ ଡଙ୍କ ଏତେ ବିଷାକ୍ତ ହୋଇଥାଏ ଯେ, ଯେଉଁ ସ୍ଥାନକୁ କାମୁଡନ୍ତି ସେ ସ୍ଥାନ ଲାଲ ରଙ୍ଗ ହୋଇଯାଇଥାଏ । ଯେଉଁ ବ୍ୟକ୍ତିଙ୍କୁ ଏହି ବୁଢିଆଣୀ କାମୁଡେ ସେ ବ୍ୟକ୍ତି ପାଟିରୁ ବାରମ୍ବାର ଲାଳ ବାହାରିଥାଏ ଓ ବାନ୍ତି ମଧ୍ୟ ହୋଇଥାଏ ।ଏହା ପରେ ରକ୍ତଚାପ ବଢ଼ିଯାଇଥାଏ ଓ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥାଏ।
ଅଷ୍ଟ୍ରେଲିଆରେ ନିଆଁ ଲାଗିବା ସମୟରେ ଫନେଲ ୱେବ ସ୍ପାଇଡର ନାମକ ବୁଢିଆଣୀ ମାଟି ତଳେ ରହିଥିଲେ ପରେ ସେଠାରେ ବର୍ଷା ହେବାରୁ ସେମାନଙ୍ ବାସସ୍ଥଳୀ ନଷ୍ଟ ହୋଇଯାଇଥିଲା ଫଳରେ ବୁଢିଆଣୀମାନେ ଏବେ ସହର ମୁହାଁ ହୋଇଛନ୍ତି। ଏହି ବୁଢିଆଣୀର ୪୦ଟି ପ୍ରଜାତି ଥିବାବେଳେ ଏମାନେ ହେଉଛନ୍ତି ବିଶ୍ୱର ବିଷାକ୍ତ ବୁଢିଆଣୀ। ସିଡନୀର ନ୍ୟୁ ସାଉଥ ଅଞ୍ଚଳରେ ଏହି ବୁଢିଆଣୀଙ୍କର ପ୍ରକୋପ ଅତ୍ୟଧିକ ଥିବାର ସୂଚନା ମିଳିଛି । ସେହିପରି ଏହି ବୁଢ଼ିଆଣୀଙ୍କ ବିଷରୁ ଔଷଧ ମଧ୍ୟ ପ୍ରସ୍ତୁତ ହୋଇଥାଏ।
Comments are closed.