Odisha Link
Bridging the Missing Links in Odisha

ଗଛରେ ପିଟିହେଲା ବାଇକ୍, ୩ ଯୁବକ ଗୁରୁତର

ଭୁବନ: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍। ୩ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୁମୁର୍ଶିଙ୍ଗା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି। ୩ ଯୁବକ ଏକ ଓଡି୦୬-ଏଫ-୬୧୬୨ ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ଭୁବନ ଥାନା ଅଞ୍ଚଳକୁ ଜଣେ ବନ୍ଧୁ ଘରକୁ ଯାଇ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି। ଗୁରୁତର ୩ ଜଣଙ୍କୁ ଭୁବନ ଅଗ୍ନିଶମ ବିଭାଗ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ୩ ଯୁବକ ହେଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କୁହିକା ଗ୍ରାମର ପ୍ରହଲ୍ଲାଦ ଦେହୁରୀ, ଜ୍ଞାନ ଦେହୁରୀ ଏବଂ ରାଜୀବ ନାୟକ। ରାଜୀବର ଡାହାଣ ଗୋଡ ଭାଙ୍ଗିରାଇଥିବା ବେଳେ ପ୍ରହଲ୍ଲାଦର ବାମ ଗୋଡଟି ଭାଙ୍ଗିଯାଇଥିବା ଡାକ୍ତର କହିଛନ୍ତି  ଡାକ୍ତରଖାନାରେ ଭୁବନ ପୋଲିସ ପହଞ୍ଚି ତଦନ୍ତ କରିଛି ।

Comments are closed.