ପ୍ରେମ ଆଗରେ ବଳି ପଡିଲା ଛୁୃଆ
ଚଣ୍ଡିଗଡ଼: ଅଢେଇ ବର୍ଷର ପୁଅକୁ ମାରି ତାର ମୃତ ଦେହକୁ ବେଡ ଭିତରେ ଥିବା ବାକ୍ସ ଭିତରୁ ଉଦ୍ଧାର କରାଯାଇଛି।ଏଭଳିଏକ ଅଭାବନୀୟ ଘଟଣା ଘଟିଛି ଚଣ୍ଡିଗଡର ବୁରେଲ ଅଞ୍ଚଳରେ। ଚଣ୍ଡିଗଡ ପୁଲିସ ଏ ନେଇ ସୂଚନା ଦେଇଛି। ଛୋଟ ଛୁଆକୁ ବେଡ ଭିତରେ ଥିବା ଜିନିଷପତ୍ର ଭର୍ତ୍ତି ବାକ୍ସରେ ଛାଡ଼ି ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯାଇଛି ବୋଲି ସ୍ୱାମୀ ଜଣଙ୍କ ଅଭିଯୋଗ କରିଛନ୍ତି। ନିଜ ପୁଅର ମୃତ୍ୟୁ ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ତାଙ୍କ ସ୍ତ୍ରୀଙ୍କୁ ସେ ଦାୟୀ କରିଛନ୍ତି।
ମୃତ ଛୁଆର ବାପାଙ୍କ ନାମ ଦଶରଥ। ସେ ପେଶାରେ ଜଣେ ଇଲେକ୍ଟ୍ରିସିଆନ୍। ରବିବାର ସଂଧ୍ୟାରେ ସେ ଘରକୁ ଫେରିବା ପରେ ସ୍ତ୍ରୀ ଓ ନିଜ ଛୁଆକୁ ଖୋଜି ପରେ ପାଇନଥିଲେ। ଏହାପରେ ସେ ଭାବିଥିଲେ ବୋଧହୁଏ ଶ୍ୱଶୁର ଘରକୁ ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆ ଯାଇଥିବେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରିଥିଲେ। ତାଙ୍କ ସ୍ତ୍ରୀ କହିଲେ ଛୁଆ ବେଡ ଭିତରେ ଥିବା ବାକ୍ସ ଭିତରେ ରହିଛି। ଏହାପରେ ଦଶରଥ ପୁଅକୁ ଉଦ୍ଧାର କରି ପୁଲିସକୁ ଜଣାଇଥିଲେ। ପୁଲିସ କହିବା ଅନୁଯାୟୀ, ଦଶରଥ ନିଜ ପୁଅକୁ ବାକ୍ସ ଭିତରୁ ଉଦ୍ଧାର କରିବା ବେଳେ ଏକ ଗ୍ଲୋଭସ ପୁଅର ମୁହଁରେ ଲଗାଯାଇଥିଲା। ଫଳରେ ପିଲାଟି କାନ୍ଦିଲେ କିମ୍ୱା ଚିତ୍କାର କଲେ ମଧ୍ୟ ବାହାରକୁ ଶୁଣାଯିବନି। ଥାନାରେ ଏ ନେଇ ଦଶରଥ ଏତଲା ଦେଇଛନ୍ତି। ପୁଲିସ ମୃତ ଛୁଆର ମା’ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Comments are closed.