Odisha Link
Bridging the Missing Links in Odisha

ଜାହାଜ ଡିପୋରେ ଭୟାବହ ଅଗ୍ନିକାଣ୍ଡ, ୮ମୃତ

ଅଲାବାମା: ଆମେରିକାର ଅଲାବାମା ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଲାବାମାର ଥିବା ଜାହାଜ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣଙ୍କ ପତ୍ତାମୁଳୁନାହିଁ। ସେହିପରି ଅଗ୍ନିକାଣ୍ଡରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନାଯୋଗ୍ୟ, ଗତକାଲି ଡିପୋରେ ପ୍ରାୟ ୩୫ରୁ ଅଧିକ ଜାହାଜ ଥିବା ବେଳେ ଅଚାନକ ଡିପୋରେ ନିଆଁ ଲାଗିଯାଇଥିଲା। ନିଆଁର ପରିଣାମ ବଢିବାରୁ ଡିପୋରେ ଏକ ବିସ୍ଫୋରଣ ହୋଇଥିଲା । ଡିପୋରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୮ଜଣଙ୍କ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି। ଅଗ୍ନିକାଣ୍ଡରେ ୭ଜଣ ଆହତ ହୋଇଥିବା ବେଳେ କିଛିଲୋକଙ୍କ ପତ୍ତା ମିଳୁନାହିଁ।

Comments are closed.