ଗ୍ୟାସ୍ ସିଲିଣ୍ଡର ଫାଟି ୧୨ମୃତ ୨ ଆହତ

ଲାହୋର: ପାକିସ୍ତାନ ଲାହୋର ସ୍ଥିତ ଏକ ଅତର ଫ୍ୟାକ୍ଟ୍ରିରେ ଗ୍ୟାସ୍ ଟାଙ୍କି ଫାଟି ଘଟିଛି ଭୟାବହ ଅଗ୍ନିକାଣ୍ଡ। ଗ୍ୟାସ ସିଲିଣ୍ଡର ଫାଟିବାରୁ ୧୨ଜଣଙ୍କ ମୃତ ହୋଇଥିବା ବେଳେ ୨ ଜଣ ଗରୁତର ଆହତ ହୋଇଛନ୍ତି। ଏନେଇ ଖବର ପାଇ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି ।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ଲାହୋର ସ୍ଥିତ ସାହଦରା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫ୍ୟାକ୍ଟ୍ରିରେ ଅନେକ ଶ୍ରମିକ କାମ କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ତେବେ ଘରକୁ ଲାଗି ରହିଥିବା ପ୍ରାୟ ସମସ୍ତ ଘରକୁ ନିଆଁ ବ୍ୟାପିଯାଇଥିଲା।
Comments are closed.