ପଦ୍ମ ବିଜେତା ମନୋଜ ଦାସଙ୍କୁ ଅସମ୍ମାନ
ପୁଡୁଚେରୀ : ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ଅସମ୍ମାନ। ମନୋଜ ଦାସଙ୍କୁ ଅସମ୍ମାନ କରିଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସାମି। ପଦ୍ମ ପୁରସ୍କାର ପାଇଥିବାରୁ ସାହିତ୍ୟିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି. କେ. ମୁନୁସାମି କ୍ରିଷ୍ଣପଖତାଙ୍କୁ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ପରେ ରାଜଭବନରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଆସିଥିଲେ କିନ୍ତୁ ଯେତେବେଳେ ମୁନୁସାମି ଓ ମନୋଜ ଦାସଙ୍କୁ ସମ୍ବର୍ଦ୍ଧନା ଦେବାକୁ କୁହାଯାଇଥିଲା, ସେତେବେଳେ ରୁକ୍ଷ ଭାବେ ସମସ୍ତଙ୍କ ସାମ୍ନାରେ ପ୍ରଶ୍ନ କରିଥିଲେ, କାହିଁକି ଆଗରୁ ତାଙ୍କୁ ଏ ସଂପର୍କରେ ଅବଗତ କରାଯାଇନଥିଲା। ଆଗରୁ ଅବଗତ କରାଯାଇ ନଥିବା କହି ଉଭୟଙ୍କୁ ସମ୍ବର୍ଦ୍ଧନା ଦେବାକୁ ମନା କରିଥିଲେ ନାରାୟଣ ସାମି। ଏପରିକି ସେ କାର୍ଯ୍ୟକ୍ରମ ଅଧାରୁ ଛାଡ଼ି ଚାଲି ଯାଇଥିଲେ। ପଦ୍ମ ପୁରସ୍କାର ବିଜେତାଙ୍କୁ ଏହା ଅସମ୍ମାନ ବୋଲି କହି, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କିରଣ ବେଦୀ।
ଏନେଇ ମନୋଜ ଦାସ କହିଛନ୍ତି-“ଅପମାନ ନୁହେଁ, ଉଭୟଙ୍କ ମଧ୍ୟରେ ବିବାଦ ପାଇଁ ଏମିତି ସ୍ଥିତି ଉପୁଜିଥିଲା। ଆଜି ନିଜେ ମୁଖ୍ୟମନ୍ତ୍ରୀ ମୋ ଘରକୁ ଆସି ସମ୍ମାନିତ କରିଛନ୍ତି।”
Comments are closed.