ନିର୍ଭୟା ମାମଲା: ଦୋଷୀ ମୁକେଶ ଆଣିଲେ ସଙ୍ଗୀନ ଅଭିଯୋଗ, କହିଲେ ଅକ୍ଷୟ ସହିତ ଶାରୀରିକ ସମ୍ପର୍କ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାଜକ୍ଷମା ଆବେଦନ ଖାରଜ ହେବା ଘଟଣାକୁ ଚାଲେଞ୍ଜ କରିଥିଲେ ମୁକେଶଙ୍କ ଓକିଲ। ସୁପ୍ରିମ୍ କୋର୍ଟରେ ଆଗତ ହୋଇଥିବା ମାମଲାର ଶୁଣାଣି କାଳରେ ଆଜି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ସମ୍ମୁଖରେ ମୁକେଶର ଓକିଲ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଅନ୍ୟତମ ନିର୍ଭୟା ଦୁଷ୍କର୍ମକାରୀ ମୁକେଶ ସିଂହକୁ ତିହାର ଜେଲ ମଧ୍ୟରେ ଦୁଷ୍କର୍ମ କରାଯାଇଥିଲା।
କେବଳ ଏତିକି ନୁହେଁ ନିର୍ଭୟା ମାମଲାରେ ଜେଲ୍ରେ ଥିବା ଅନ୍ୟ ଦୋଷୀ ଅକ୍ଷୟ ସହ ଶାରିରୀକ ସଂପର୍କ ରଖିବା ପାଇଁ ମୁକେଶକୁ ବାଧ୍ୟ କରାଯାଇଥିଲା। ତାଙ୍କ କଥାରେ ମୁକେଶ ରାଜି ହୋଇ ନଥିଲା। ଫଳରେ ଜେଲ୍ରେ ତାକୁ ନିର୍ଧୁମ ମାଡ଼ ମରାଯାଇଥିଲା। ସେଥିପାଇଁ ଭୟରେ ସେ ପାଞ୍ଚ ବର୍ଷ ରାତିରେ ଠିକ୍ ଭାବେ ଶୋଇ ପାରି ନଥିବା ମୁକେଶଙ୍କ ଓକିଲ ଅଭିଯୋଗ ଆଣିଛନ୍ତି।
ନିର୍ଭୟା ଦୋଷୀ ମୁକେଶ କୁମାର ସିଂହ ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା। ଏହା ସହିତ ଫେବୃଆରୀ ୧ରେ ଫାଶୀ ଦେବା ଲାଗି ନିମ୍ନ ଅଦାଲତ ଜାରି କରିଥିବା ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଲାଗୁ କରିବାକୁ ମଧ୍ୟ ଦାବି କରିଥିଲା ଦୋଷୀ ମୁକେଶ।
ମୁକେଶ ସହିତ ପୱନର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଥିବାବେଳେ ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହ ପୁନର୍ବିଚାର ଆବେଦନ କରି ନାହାନ୍ତି। ଫେବୃଆରୀ ୧ରେ ଦୋଷୀଙ୍କୁ ଫାଶୀ ଦେବା ନେଇ ଅନିଶ୍ଚିତତା ଲାଗି ରହିଛି ।
Comments are closed.