ଆଜି ମୁକେଶର ଆବେଦନ ଶୁଣାଣି
ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଗ୍ରାହ୍ୟ କରିଥିବାବେଳେ ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛି ମୁକେଶ। ମୁକେଶର ଆବେଦନ ପିଟିସନକୁ ସୁପ୍ରିମକୋର୍ଟରେ ମଙ୍ଗଳବାର ୧୨ଟା ୩୦ରେ ଶୁଣାଣି କରାଯିବ। ଏଥିପାଇଁ ସୁପ୍ରିମକୋର୍ଟର ବିଚାରପତି ଆର ଭାନୁମତି, ଅଶୋକ ଭୂଷଣ ଓ ଏଏସ୍ ବୋପାନ୍ନାଙ୍କୁ ନେଇ ପୀଠ ଗଠନ କରାଯାଇଛି। ଫେବୃୃଆରୀରେ ୧ରେ ଫାଶୀ ଦେବା ପାଇଁ ନିମ୍ନ ଅଦାଲତ ଜାରି କରିଥିବା ପରୱାନା ଉପରେ ରହିତାଦେଶ ଲାଗୁ କରିବାକୁ ମଧ୍ୟ ମୁକେଶ ତାଙ୍କ ପିଟିସନରେ ଦାବି କରିଛନ୍ତି।
ଜାନୁଆରୀ ୧୭ରେ ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଥିଲେ। ଜାନୁଆରୀ ୧୪ରେ ମୁକେଶ ରାଜକ୍ଷମା ଆବେଦନ କରିଥିବାବେଳେ ଦୁଇଦିନ ପରେ ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରିଥିଲେ। ମୁକେଶ ତାର ପିଟିସନରେ ଉଲ୍ଲେଖ କରିଛି ଯେ, ରାଷ୍ଟ୍ରପତି ତରବରିଆ ଭାବେ ରାଜକ୍ଷମା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ମୁକେଶ ସହିତ ପୱନର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଥିବାବେଳେ ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହ ପୁନର୍ବିଚାର ଆବେଦନ କରି ନାହାନ୍ତି। ଏବେ ଫେବୃଆରୀ ୧ରେ ଦୋଷୀଙ୍କୁ ଫାଶୀ ଦେବା ନେଇ ଅନିଶ୍ଚିତତା ଲାଗି ରହିଛି।
Comments are closed.