ବାର୍ହା ଫାଶରେ ପଡ଼ି ଚାଲି ଗଲା ଦୁଇ ଜୀବନ
ଅନୁଗୋଳ: ଅନୁଗୋଳ ଜିଲ୍ଲା କଞ୍ଜା ଗାଁରେ ଘଟିଛି ଅଘଟଣ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ମହେଶ୍ବର ବିଶ୍ବାଳ ଏବଂ କବିନ୍ଦ୍ର ଗଡନାୟକ।
ମିଳିଥିବା ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା କଞ୍ଜା ଗାଁରେ ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍ ତାର। ସେହି ତାରରେ ଲାଗି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନୁଗୋଳ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.