ଦୁଇ ଚୋରଙ୍କୁ ଧରି ଛେଚିଲେ ଗ୍ରାମବାସୀ

ସୋର: ଚୋରି ବେଳେ ଧରା ପଡି ଛେଚା ଖାଇଲେ ଦୁଇ ଚୋର। ଗତ କାଲି ବିଳମ୍ବିତ ରାତିରେ ଖଇରା ଥାନା ବରପଦା ଗାଁରେ ଦୁଇ ମଟର ସାଇକେଲ ଯୋଗେ ଚାରି ଜଣ ଗାଁର ଷ୍ଟ୍ରିଟ୍ ଲାଇଟ୍ ଲିଭାଇ କ୍ଲବ୍ ଏବଂ ମନ୍ଦିରରେ ଚୋରୀ କରି କିଛି ଲୋକଙ୍କ ଘରେ ଚୋରୀ ଉଦ୍ୟମ କରୁଥିଲେ। ସେହି ସମୟରେ ଗାଁ ଲୋକ ଦୁଇ ଚୋରଙ୍କୁ କାବୁ କରିନେଇଥିଲେ। ଉଭୟଙ୍କୁ ଦୌଡିରେ ବାନ୍ଧି ମାଡ ମାରିବା ସହ ଗୋଟିଏ ମଟର ସାଇକେଲକୁ ମଧ୍ୟ ଜବତ କରିଛନ୍ତି। ଉଭୟ ଚୋରଙ୍କୁ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ। ଅନ୍ୟ ଦୁଇ ଚୋର ଫେରାର ଅଛନ୍ତି।
Comments are closed.