Odisha Link
Bridging the Missing Links in Odisha

ପୁଣି ବସ୍ତିକୁ ଫେରିଲେ ଅଜହରୁଦ୍ଦିନ୍‌

ମୁମ୍ବାଇ : ଓସ୍କାର ପ୍ରାପ୍ତ ସିନେମା ‘ସ୍ଳମଡଗ୍‌ ମିଲେନେୟର’ ଙ୍କୁ ଡେନି ବୋୟଲ ନିର୍ଦ୍ଦେଶନା ଦେଇ ଥିଲେ । ସିନେମାଟିରେ ଗୋଟିଏ ଛୋଟ ଛୁଆ ଆକର୍ଷଣର ବିନ୍ଦୁ ପଲଟି ଯାଇଥିଲା । ସେ ହେଲେ ଅଜହରୁଦ୍ଦୀନ୍‌ ଇସ୍ମାଇଲ୍‌ । ତେବେ  ଅଜହରୁଦ୍ଦୀନ୍‌ ସେହି ସମୟରେ ମୁମ୍ବାଇର ଏକ ବସ୍ତିରେ ରହୁଥିଲେ । କିନ୍ତୁ ସିନେମା ନିର୍ଦେଶକ ତାଙ୍କୁ ଏକ ଫ୍ଲାଟ ଆକାରରେ ଦେଇଥିଲେ ।

ଅଜହରୁଦ୍ଦୀନ୍‌ଛୋଟେ ସଲିମ୍‌ ଭୂମିକାରେ ନଜର ଆସିଥିଲେ । ନିଜର ଜବରଦସ୍ତ ଅଭିନୟ ଦ୍ବାରା ଅନେକ ପ୍ରଶଂସା ପାଇଥିଲେ ଅଜହରୁଦ୍ଦୀନ୍‌ । କିନ୍ତୁ କିନ୍ତୁ ଗତ ୧୨ବର୍ଷ ପରେ ଏବେ ଅଜହରୁଦ୍ଦୀନ୍‌ ପୁଣି ସେହି ବସ୍ତି ଦୁନିଆକୁ ଫେରିଯାଇଛନ୍ତି । କେବଳ ସିଏ ନୁହେଁ ଏହି ଫିଲ୍ମରେ ଫ୍ରିଡା ପିଂଟା ଭୂମିକାରେ ନଜର ଆସିଥିବା ଲତିକାଙ୍କ ଛୋଟବେଳର ରୋଲ୍‌ କରିଥିବା ରୁବିନା ଅଲ୍ଲୀ କୁରେସୀ ମଧ୍‌ଯ ପୁଣି ସେହି ବସ୍ତି ଦୁନିଆକୁ ଫେରିଯାଇଛନ୍ତି ।

୨୦୦୮ରୁ ବର୍ତ୍ତମାନ ଯାଏ ଅର୍ଥାତ୍‌ ୧୨ବର୍ଷରେ ଏବେ ଅଜହରୁଦ୍ଦୀନ୍‌ ୨୧ବର୍ଷର ହୋଇସାରିଛି । ରିପୋର୍ଟ ଅନୁସାରେ ଅଜହରୁଦ୍ଦୀନର ପରିବାର ସାନ୍ତାକ୍ରୁଜ୍‌ ସ୍ଥିତ ନିଜର ଘର ବିକ୍ରି କରି ଏବେ ପୁଣି ବାନ୍ଦ୍ରାର ଗରିବ ନଗର ସ୍ଥିତ ନିଜ ଚାଳ ଘରକୁ ଫେରିଯାଇଛନ୍ତି । ସେ ନିଜ ଫ୍ଲାଟକୁ ୪୯ଲକ୍ଷରେ ବିକ୍ରି କରିଦେଇଛନ୍ତି ।

ତେବେ ଦ୍ୱିତୀୟ ଥର ପୁଣି ସେହି ବସ୍ତି ଅଞ୍ଚରେ ଫେରିବା ଅଜହରୁଦ୍ଦୀନଙ୍କୁ ସହଜରେ ହଜମ ହେଉନାହିଁ । ସେ ଏଥିପାଇଁ ବହୁଥର ରୋଗରେ ମଧ୍ଯ ପଡିସାରିଲେଣି । ଯାହାଫଳରେ ତାଙ୍କ ମା ତାଙ୍କୁ ନିଜ ଗାଁକୁ ନେଇଯାଇଛନ୍ତି । ଯେଉଁଠି ସେ ଗତ କିଛି ଦିନ ହେବ ରହୁଛନ୍ତି ।

ଅଜହରୁଦ୍ଦୀନ୍‌ ଏକ ସାକ୍ଷାତକାରରେ କହିଛନ୍ତି ଏବେ ମୋ ଷ୍ଟାରଡମ୍‌ ସରିଯାଇଛି, ମୋତେ ଏବେ ଘର ଚଳାଇବାକୁ ପଡିବ । ମୁଁ ବସ୍ତିରେ ଜନ୍ମ ହୋଇଛି ଏକଥା ସତ କିନ୍ତୁ ମୁଁ ପୁଣି ସେଠାକୁ ଫେରିବାକୁ ଚାହୁଁନି । ସେ ଏହା ମଧ୍‌ଯ କହିଛନ୍ତି କି, ଆର୍ଥିକ ଅନାଟନ କାରଣରୁ ସେ ତାଙ୍କ ଫ୍ଳାଟକୁ ବିକ୍ରି କରିବାକୁ ବାଧ୍ଯ ହୋଇଛନ୍ତି ।

Comments are closed.