Odisha Link
Bridging the Missing Links in Odisha

କ୍ୟୁବାରେ ଭୂକମ୍ପ ସୁନାମୀ ପାଇଁ ଆଲର୍ଟ ଜାରି

କ୍ୟୁବା: ଗତକାଲି ପୂର୍ବ କ୍ୟୁବା କାରବିୟାନ ସମୁଦ୍ରରେ ଭୂକମ୍ପ ଝଟକା ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତିବ୍ରତା ୭.୭ ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ମୃତାହତର କୌଣସି ସୂଚନା ମିଳି ନାହିଁ। ଆମେରିକା ଭୂବୈଜ୍ଞାନିକଙ୍କ ସର୍ବେକ୍ଷଣ ଅନୁସାରେ ଭୂମିକମ୍ପ ମୋଟେଗୋ ସାଗର ଏବଂ ଜମାଇକାରୁ ୧୪୦ କିଲୋମିଟର ଉତ୍ତର-ପଶ୍ଚିମ ଏବଂ କ୍ୟୁବାରୁ ୧୪୦ କିଲୋମିଟର ପଶ୍ଚିମ-ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଛି। ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ସଂଗଠତି ହୋଇଛି। ତୀବ୍ର ଭୂମିକମ୍ପ ଅନୁଭୂତ ହେବା ପରେ ଆମେରିକାର ବୈଜ୍ଞାନିକ କ୍ୟୁବା ଏବଂ ଜମାଇକାର ଉପକୂଳ ଅଞ୍ଚଳରେ ଭୟଙ୍କର ସୁନାମି ଆସିବା ନେଇ ଆଶଙ୍କା କରୁଛନ୍ତି।

Comments are closed.