ଜେଡିୟୁରୁ ବିଦା ହେଲେ ପ୍ରଶାନ୍ତ କିଶୋର ଏବଂ ପୱନ ବର୍ମା, ପିକେ କହିଲେ ଧନ୍ୟବାଦ….

ପାଟନା: ନିର୍ବାଚନ ରଣନୀତିଜ୍ଞ ଭାବେ ବେଶ ଜଣାଶୁଣା ତଥା ଜେଡିୟୁ ଦଳର ଉପସଭାପତି ପ୍ରଶାନ୍ତ କିଶୋର ଏବଂ ବିଦ୍ରୋହୀ ପୱନ ବର୍ମାଙ୍କୁ ନୀତୀଶ କୁମାରଙ୍କ ଜେଡିୟୁ ଦଳ ଆଜି ଳରୁ ବହିଷ୍କାର କରିଛି। ଗତ କିଛି ଦିନ ହେଲା ଦଳର ଶୀର୍ଷ ସ୍ତରର ନେତାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।
ଜେଡିୟୁ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି, “ପ୍ରଶାନ୍ତ କିଶୋରଙ୍କୁ ଦିଆଯାଇଥିବା ପଦବୀର ସେ ଅପବ୍ୟବହାର କରୁଥିଲେ। ସେ ନିଜ ସ୍ୱାର୍ଥ ପାଇଁ ଏହାର ବ୍ୟବହାର କରୁଥିଲେ। ଯଦିଓ ତାଙ୍କୁ ନିଜ ଇଛାରେ ଦଳ ଛାଡ଼ିବାକୁ କୁହାଯାଇଥିଲା, ସେ ତାହା ନକରି ଦଳର ଅଧ୍ୟକ୍ଷଙ୍କ ବାବଦରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଥିଲେ। ସେ ଆଉ କିଛି ଖରାପ ଶବ୍ଦ ବ୍ୟବହାର କରିବା ଆଗରୁ ସେ ଦଳରୁ ଯିବା ଗୁରୁତ୍ୱପୂର୍ଣ୍ଣ।”
ପୱନଙ୍କ ବାବଦରେ କୁହାଯାଇଥିଲେ, “ସେ ତାଙ୍କୁ ମିଳିଥିବା ସମ୍ମାନକୁ ହେୟଜ୍ଞାନ କରିଆସୁଥିଲେ। ସେ ଦୁର ମୁଖ୍ୟ ନୀତୀଶ କୁମାରଙ୍କୁ ଲେଖିଥିବା ଗୋପନ ଚିଠି ସର୍ବସାଧାରଣରେ ପ୍ରକାଶ କରି ଦଳ ପ୍ରତି ଅସମ୍ମାନ କରିଛନ୍ତି।” ଏଥିରେ ଆହୁରି ମଧ୍ୟ ଲେଖା ଅଛି, “ପ୍ରଶାନ୍ତ କିଶୋର ଏବଂ ପୱନ ବର୍ମାଙ୍କ ବ୍ୟବହାରରୁ ଜଣାପଡ଼ୁଛି ଦଳର ନିୟମ ପ୍ରତି ସେମାନଙ୍କର ଆଦୌ ସମ୍ମାନ ନାହିଁ। ତେଣୁ ସେମାନଙ୍କୁ ପ୍ରାଥମିକ ସଦସ୍ୟତା ଏବଂ ପଦବୀରୁ ଦାୟିତ୍ୱମୁକ୍ତ କରାଗଲା।”
Thank you @NitishKumar. My best wishes to you to retain the chair of Chief Minister of Bihar. God bless you.🙏🏼
— Prashant Kishor (@PrashantKishor) January 29, 2020
ଅପରପକ୍ଷେ ଦଳରୁ ବହିଷ୍କୃତ ହେବା ପରେ ପ୍ରଶାନ୍ତ କିଶୋର ଟୁଇଟ କରି ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖଇଛନ୍ତି ଯେ, ଧନ୍ୟବାଦ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇ ରଖିବା ପାଇଁ ଶୁଭକାମନା। ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ବୋଲି ପ୍ରଶାନ୍ତ କିଶୋର ଟୁଇଟ କରିଛନ୍ତି।
Comments are closed.