Odisha Link
Bridging the Missing Links in Odisha

୩ୟ ଟି-୨୦: ସୁପର ଓଭରରେ ଜିତିଲା ଭାରତ, ରଚିଲା ଇତିହାସ

ହାମିଲଟନ: ୩ୟ ଟି-୨୦ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ଫଳାଫଳ ନ ଆସିବାରୁ ସୁପରଓଭର ମ୍ୟାଚ୍‌ ଖେଳାଯାଇଥିଲା। ସୁପରଓଭରରେ ବମ୍ପର ବିଜୟ ଲାଭ କରିବା ସହିତ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ୩ୟ ଟି-୨୦ ମ୍ୟାଚ ଜିତିବା ସହ ଟିମ୍‌ ଇଣ୍ଡିଆ ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୩-୦ରେ ଆଗୁଆ ରହିଛି। ଫଳରେ ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ ନିଜ ନାମରେ କରିଛି। ଟିମ୍‌ ଇଣ୍ଡିଆର ଏହି ସିରିଜ ବିଜୟ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ।

ବୁଧବାର ସେଡନ୍ ପାର୍କରେ ଖେଳାଯାଇଥିବା ରୋମଞ୍ଚକର ମୁକାବିଲାରେ ରୋହିତ୍ ଶର୍ମା ସୁପର୍ ଓଭରରେ ଲଗାତାର ଦୁଇଟି ଛକା ମାରି ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ କରିଥିଲା।

ଜବାବରେ ଭାରତକୁ ଶେଷ ଦୁଇ ବଲରେ ୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ରୋହିତ୍ ବିପକ୍ଷ ଦଳର ଅଭିଜ୍ଞ ପେସ୍ ବୋଲର ଟିମ୍ ସାଉଦୀଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ। ଏହି ବିଜୟ ସହ ଭାରତ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମଥର ଲାଗି ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୬ ୱିକେଟରେ ସମାନ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ କ୍ୟାପଟେନ୍ କେନ୍ ୱିଲିୟମସନ୍ ଚମତ୍କାର ବ୍ୟାଟିଂ କରି ୯୫ (୪୮ ବଲ୍‌, ୮ ଚୌକା, ୬ ଛକା) ରନର ଇନିଂସ୍ ଖେଳିଥିଲେ ହେଁ, ଟିମକୁ ଜିତାଇ ପାରିନଥିଲେ। ମ୍ୟାଚରେ ଶେଷ ଓଭରରେ ନିର୍ଣ୍ଣାୟତ ୨ଟି ଓ୍ବିକେଟ ନେଇ ମ୍ୟାଚ ଟାଇ କରିଥିବା ମହମ୍ମଦ ସାମି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଆଜିର ଦମଦାର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରି ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ଭାରତ ୫ଟି ୱିକେଟ୍ ହରାଇ ୧୭୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୮୦ ରନର ବିଜୟଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ସମାନ ୧୭୯ ରନ୍ କରିଥିଲା। ମ୍ୟାଚର ହିରୋ ରୋହିତ ଶର୍ମାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ମିଳିଥିଲା।

Comments are closed.