ଝାରସୁଗୁଡ଼ାରୁ ମୁମ୍ବାଇକୁ ମାର୍ଚ୍ଚ ୨୮ରୁ ଉଡ଼ିବ ବିମାନ
ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କାରଣ ମାର୍ଚ୍ଚ ମାସ ୨୮ ତାରିଖରୁ ଆରମ୍ଭ ହେବ ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନ ସେବା। SpiceJet Boing ୭୩୭ ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ।
ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ। ଏହା ପୂର୍ବରୁ ଝାରସୁଗୁଡ଼ାରୁ SpiceJetର ବିମାନ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ଚଳାଚଳ କରୁଛି। ସେହିପରି ଏଲାଏନ୍ସ ଏୟାରଲାଇନ୍ସର ବିମାନ ଭୁବନେଶ୍ୱର, ରାୟପୁର ଓ କଲିକତାକୁ ଚଳାଚଳ କରୁଛି।
Comments are closed.